ଓଡ଼ିଶାଲାଇଭ୍ ବ୍ୟୁରୋ

ଏମିତି ଏକ ଦେଶ ଯେଉଁଠି ନାଗରିକମାନେ ପେଟକୁ ଭରପୂର ଖାଇବାକୁ ପାଉନାହାନ୍ତି।  ପିନ୍ଧିବାକୁ ସଠିକ୍ ପରିମାଣର କପଡ଼ା ପାଉନାହାନ୍ତି। କିନ୍ତୁ ସେଠାକାର ରାଜା ଜଣେ କୋଟିପତି।

ଆଫ୍ରିକା ମହାଦେଶରେ ଏପରି ଏକ ଦେଶ ଅଛି ଯାହାର ନାଁ ହେଉଛି ‘ଦ କିଙ୍ଗଡମ ଅଫ୍ ଇସ୍ୱାତିନି’। ସେଠାକାର ପ୍ରଜା ଖାଇବାକୁ ହଇରାଣ ହେଉଥିଲାବେଳେ ରାଜା କିନ୍ତୁ ସୁଖ ସ୍ୱଚ୍ଛନ୍ଦର ଜୀବନ ଅତିବାହିତ କରୁଛନ୍ତି। ଏହି ଦେଶର ମୋଟ ଜନସଂଖ୍ୟା ପାଖାପାଖି ୧୩ ଲକ୍ଷରୁ ଅଧିକ। ଏଠାକାର ୬୩ ପ୍ରତିଶତରୁ ଅଧିକ ଲୋକ ଗରିବ ସୀମାରେଖା ତଳେ ଅଛନ୍ତି।ଅନ୍ୟପଟେ ଏହି ଦେଶର ରାଜାଙ୍କ ପାଖରେ କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି ମହଜୁଦ୍ ରହିଛି। ଏପରିକି ତାଙ୍କ ପାଖରେ ୧୯ଟି ରୋଲ୍ସ ରୟାଲ୍ସ କାର ସହ ୨୦ଟି ମର୍ସିଡିଜ୍ ଓ ୧୨ଟି ବିଏମଡବ୍ଲ୍ୟୁ କାର ମଧ୍ୟ ରହିଛି। ଏହାସହ ତାଙ୍କ ପାଖରେ ନିଜର ଗୋଟିଏ ଏୟାରପୋର୍ଟ ସହ ଦୁଇଟି ଜେଟ୍ ବିମାନ ମଧ୍ୟ ରହିଛି।

ଆଫ୍ରିକା ମହାଦେଶର ଏହି ଦେଶ ପୂର୍ବରୁ ସ୍ୱାଜିଲ୍ୟାଣ୍ଡ ନାମରେ ପରିଚିତ ହେଉଥିଲା। କିନ୍ତୁ ୨୦୧୮ ମସିହାରେ ଏହାର ନାଁ’କୁ ବଦଳାଇ ଦିଆଯାଇଥିଲା। ଏବେ ଏହି ଦେଶ ‘ଦ କିଙ୍ଗଡମ ଅଫ୍ ଇସ୍ୱାତିନି’ ନାମରେ ପରିଚିତ।

Comment