ଓଡ଼ିଶାଲାଇଭ୍‌ ବ୍ୟୁରେ

ଦୀର୍ଘ ୧୪୫ ଦିନ ପରେ ଲଦାଖର କାର୍ଗିଲ ଜିଲ୍ଲାକୁ ଆସିଲା ମୋବାଇଲ ଇଣ୍ଟରନେଟ୍‌ ସେବା। ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଗିଲରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ପୁଣିଥରେ ଆରମ୍ଭ କରିଦିଆଯାଇଛି।

ଗତ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ଉପରୁ ଧାରା ୩୭୦ ହଟାଇ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିଥିଲେ। ଫଳରେ ଲଦାଖ ଏବଂ ଜମ୍ମୁ କଶ୍ମୀର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହିଂସାକାଣ୍ଡ ଘଟିବା ଆଶଙ୍କା କରାଯାଉଥିଲା। ଏଥିପାଇଁ ସରକାର ଜମ୍ମୁ କଶ୍ମୀର ଏବଂ ଲଦାଖରେ ବ୍ଲାକ୍‌ଆଉଟ୍‌ ଘୋଷଣା କରି ମୋବାଇଲ ଇଣ୍ଟରନେଟ୍‌ ସେବା ବନ୍ଦ କରିଦେଇଥିଲେ।

ଦୀର୍ଘ ୧୪୫ ଦିନ ପରେ ଆଜି ଲଦାଖର କାର୍ଗିଲ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍‌ ସେବା ଯୋଗାଇ ଦିଆଯାଇଛି। ତେବେ ଜମ୍ମୁ କଶ୍ମୀରରେ ଏପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ୧୪୫ ଦିନର ବ୍ଲାକ୍‌ଆଉଟ୍‌ ପରେ ସରକାର ଜମ୍ମୁ କଶ୍ମୀରରେ କେବେ ଇଣ୍ଟରନେଟ୍‌ ଆସିବ ସେନେଇ କୌଣସି ତଥ୍ୟ ଦିଆଯାଇନାହିଁ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment