ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିଜ୍ଞାନ ବିଭାଗର ପରୀକ୍ଷା ମାର୍ଚ୍ଚ ୩ ତାରିଖରୁ ୨୮ ତାରିଖ
  • ବାଣିଜ୍ୟ ବିଭାଗର ପରୀକ୍ଷା ମାର୍ଚ୍ଚ ୪ ତାରିଖରୁ ୨୬ ତାରିଖ
  • କଳା ବିଭାଗର ପରୀକ୍ଷା ମାର୍ଚ୍ଚ ୪ ତାରିଖରୁ ୨୭ ତାରିଖ
  • ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ୨୭ରୁ ଆରମ୍ଭ

ମାର୍ଚ୍ଚ ୩ରୁ ଆରମ୍ଭ ହେବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ପରୀକ୍ଷା। ଏନେଇ ଶୁକ୍ରବାର ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।ଆସନ୍ତା ମାର୍ଚ୍ଚ ମାସ ୩ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହୋଇ ଏହା ୨୮ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାସହ ଆସନ୍ତା ଜାନୁଆରି ମାସ ୧୭ ତାରିଖରୁ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

ବିଜ୍ଞାନ ବିଭାଗର ଥିଓରୀ ପରୀକ୍ଷା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ବାଣିଜ୍ୟ ବିଭାଗର ପରୀକ୍ଷା ମାର୍ଚ୍ଚ ୪ ତାରିଖରୁ ୨୬ ତାରିଖ ଓ କଳା ବିଭାଗର ପରୀକ୍ଷା ମାର୍ଚ୍ଚ ୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।ସମସ୍ତ ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟାରେ ଶେଷ ହେବ ବୋଲି କୁହାଯାଇଛି। ଏବର୍ଷ ପରୀକ୍ଷାକୁ ସୂଚାରୁରୂପେ କରିବାକୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନେ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହେବାର ତିନି ଦିନ ପୂର୍ବରୁ ନିଜର ଆଡମିଟ୍ କାର୍ଡ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଏ ବର୍ଷ କଳା ବିଭାଗରେ ମୋଟ୍ ୨ଲକ୍ଷ ୧୮ ହଜାର ୮୩୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ସେହିପରି ବିଜ୍ଞାନରେ ୯୭ ହଜାର ୨୧୭ ଜଣ ଓ ବାଣିଜ୍ୟରେ ୨୫ ହଜାର ୭୭୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏହାସହ ଧନ୍ଧାମୂଳକ ପରୀକ୍ଷାରେ ୭ ହଜାର ୨୧୭ଜଣ ପରୀକ୍ଷାର୍ଥୀ ନିଜର ଫର୍ମ ପୂରଣ କରିଛନ୍ତି।

Comment