ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ଓ ନିରୋଗୀ ଶରୀର ପାଇଁ ଆମେ ମହୁର ସେବନ କରିଥାଉ। କିନ୍ତୁ, ମହୁ ସହ ଏମିତି କିଛି ଖାଦ୍ୟ ଖାଇବା ଦ୍ଵାରା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ, ମହୁ ସହ କ’ଣ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ।

ମହୁକୁ କୌଣସି ଗରମ ଖାଦ୍ୟ ସହିତ ଖାଇବା ହାନିକାରକ ହୋଇଥାଏ। ଏହାସହ ଗରମ ପାଣି ସହ ମହୁ ମିଶାଇ ଖାଇଲେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଅଧିକ ଦେଖାଦିଏ।

ମହୁକୁ କେବେ ବି ଚା’ ଓ କଫି ସହ ପିଅନ୍ତୁ ନାହିଁ। ଯଦି ମହୁକୁ ଚା’ କଫି ସହ ପିଇବେ, ତେବେ ଶରୀରର ତାପମାତ୍ରା ଅଧିକ ବଢ଼ିଯାଏ।

ମୂଳା ସହ ମଧ୍ୟ ମହୁର ସେବନ କ୍ଷତିକାରକ ହୋଇଥାଏ। ମୂଳା ସହ ମହୁ ଖାଇଲେ ଶରୀରରେ ଟକ୍ସିନ୍‌ ତିଆରି ହୋଇଥାଏ। ଯଦି ମୂଳା ଓ ମହୁ ଖାଇବେ, ତେବେ ଏହାକୁ ଘଣ୍ଟାଏ ବ୍ୟବଧାନରେ ସେବନ କରିବେ।

ସାଧାରଣତଃ ଲୋକ ଓଜନ କମ୍‌ କରିବା ପାଇଁ ଉଷୁମ ପାଣି ସହ ମହୁର ସେବନ କରିଥା’ନ୍ତି। ହେଲେ ଗରମ ପାଣି ସହ ମହୁ ସେବନ କଲେ ପେଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ଥାଏ। ଏହାସହ ପେଟ ଗ୍ୟାସ୍‌ ହୋଇଥାଏ।

Comment