ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ସାମ୍ନାକୁ ଆସିଲା ଓଡ଼ିଆ ଅଭିନେତ୍ରୀଙ୍କ ନାଁରେ ନୂଆ ଅଭିଯୋଗ। କିଛିଦିନ ତଳେ ବିଶାଖାପାଟଣାର ଜଣେ ଯୁବକ ଠକେଇ ଅଭିଯୋଗ ଆଣିଥିବା ବେଳେ ଏବେ ପୁଣି ଦୁଇଟି ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ଯୁବକଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ୨ ଲକ୍ଷ ଟଙ୍କା ଠକି ନେଇଥିବା ବେଳେ ଅନ୍ୟଜଣଙ୍କଠାରୁ ଅଭିନୟ କରିବା ନାଁରେ ୯ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଯବକଙ୍କ ଅଭିଯୋଗ ଅନୁସାରେ, ୨୦୧୭ରେ ଏକ ମାଟ୍ରିମୋନିଆଲ ସାଇଟରୁ ଅଭିନେତ୍ରୀଙ୍କ ସହ ସମ୍ପର୍କ ହୋଇଥିଲା। ଉଭୟ ଉଭୟଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପରେ ଅଭିନେତ୍ରୀ ଜଣକ ବିଭିନ୍ନ ସମୟରେ ତାଙ୍କଠାରୁ ଟଙ୍କା ମଧ୍ୟ ନେଇଥିଲେ। ଲକ୍ଷାଧିକ ଟଙ୍କା ଠକାମୀର ଶିକାର ହୋଇଥିବା ଯୁବକ ଜଣକ ଜାଣିବା ପରେ ଏନେଇ କୋର୍ଟର ଆଶ୍ରୟ ନେଇଥିଲେ।

ସେହିପରି ବ୍ରହ୍ମପୁରର ଜଣେ ଯୁବକଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସ୍ଵପ୍ନ ଦେଖାଇ ୯ ହଜାର ଟଙ୍କା ଠକିୁ ନେଇଥିବା ଯୁବକ ଜଣକ ଅଭିଯୋଗ କରିଛନ୍ତି। ଯଦି କେହି ଅଭିଯୋଗ କରିବା ପାଇଁ ଥାନାର ଆଶ୍ରୟ ନିଅନ୍ତି, ତାହେଲେ ତଦନ୍ତ କରାଯିବ ବୋଲି ଡିସିପି କହିଛନ୍ତି।

କିଛିଦିନ ତଳେ ବିଶାଖାପାଟଣାର ଜଣେ ଯୁବକ ମଧ୍ୟ ଏହି ଅଭିନେତ୍ରୀଙ୍କ ନାଁରେ ସମାନ ଅଭିଯୋଗ କରିଥିଲେ। ଅଭିନେତ୍ରୀ ଜଣକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଲାପଟପ ଓ ଟଙ୍କା ଠକି ନେଇଥିବା ଯୁବକ ଜଣକ ଅଭିଯୋଗ କରିଥିଲେ।

Comment