ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ରାତିରେ ଖୋଲାରହିବ ସ୍କୁଲ ଘର। ବାସହୀନ ଗରିବ ଲୋକମାନେ ରାତିରେ ବାହାରେ ନଶୋଇ ଏବେ ସ୍କୁଲ ଘରେ ଶୋଇବେ। ଏନେଇ ଶନିବାର ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟର ସମସ୍ତ ଜିଲ୍ଲାରେ ଏବେ ପ୍ରବଳ ଶୀତପ୍ରବାହ ଲାଗି ରହିଛି। ବାସହୀନ ଗରିବ ଶ୍ରେଣୀର ଲୋକମାନେ ରାସ୍ତାଘାଟରେ ବହୁ କଷ୍ଟରେ ଶୋଉଥିବା ଦେଖିବାକୁ ମିଳୁଛି। ତେଣୁ ସେମାନଙ୍କର ସମସ୍ୟା ସମାଧାନ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ଏହାଦ୍ୱାରା ଲୋକମାନେ ସ୍କୁଲ ଘରେ ଯାଇ ରାତ୍ରିଯାପନ କରିପାରିବା ସହ ନିଜକୁ ଶୀତର ପ୍ରକୋପରୁ ରକ୍ଷା କରିପାରିବେ। ରାଜ୍ୟର ସମସ୍ତ ବ୍ଲକ୍, ତହସିଲ୍ ଓ ପଞ୍ଚାୟତଗୁଡ଼ିକୁ ପ୍ରବଳ ଶୀତପ୍ରବାହ ନେଇ ଆଲର୍ଟ କରାଯାଇଛି।

Comment