ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ନୂଆବର୍ଷ ସମସ୍ତଙ୍କ ପାଇଁ ଖୁସି ଓ ସମୃଦ୍ଧିର ନୂଆ ଆଶା ନେଇ ଆସିବାକୁ ଯାଉଛି। ନୂଆବର୍ଷକୁ ପାଳନ କରିବାକୁ ମଧ୍ୟ ଲୋକମାନେ ପୂରା ପ୍ରସ୍ତୁତ। କିଏ ପିକନିକ୍ ଯାଇ ଖୁସି ମନେଇବାକୁ ପ୍ଲାନ କରୁଥିବାବେଳେ କିଏ ବଣଭୋଜି କରି ସମୟ କାଟିବାକୁ ପ୍ରସ୍ତୁତ ହେଉଛନ୍ତି।

ଆପଣ ଯଦି ଭୁବନେଶ୍ୱରର ଆଖପାଖ ଅଞ୍ଚଳରେ ରହୁଛନ୍ତି। କିମ୍ବା ପିକନିକ୍ ପାଇଁ ଭୁବନେଶ୍ୱର ବୁଲିବାକୁ ଆସୁଛନ୍ତି ତେବେ କେତୋଟି ଅଞ୍ଚଳ ଆପଣଙ୍କୁ ବଣଭୋଜି ପାଇଁ ପୂରାପୂରି ଠିକ୍ ହେବ। ସେଠାରେ ଆପଣ ଆରାମରେ ବଣଭୋଜି କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ।ବୋଟାନିକାଲ୍ ଗାର୍ଡେନ

ଭୁବନେଶ୍ୱରରେ ବଣଭୋଜିର ମଜା ଉଠାଇବାକୁ ଚାହୁଁଥିଲେ ବୋଟାନିକାଲ୍ ଗାର୍ଡେନ ଆପଣଙ୍କ ପାଇଁ ସବୁଠାରୁ ଭଲ ଯାଗା ହୋଇପାରିବ। ଏଠାରେ ଆପଣ ବୃକ୍ଷଲତା ଓ ପ୍ରାକୃତିକ ପରିବେଶ ସହ ଭୋଜି କରିବାର ମଜା ଉଠାଇପାରିବେ। ଭୁବନେଶ୍ୱର ନନ୍ଦନକାନନ ପାଖରେ ରହିଥିବା ଏହି ବୋଟାନିକାଲ୍ ଗାର୍ଡେନରେ ଆପଣ ନୂଆବର୍ଷର ମଜା ଉଠାଇବା ସହ ଭୋଜି କରି ସମୟ କାଟି ପାରିବେ।ଡେରାସ ପ୍ରାକୃତିକ ନିବାସ

ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ପାଖରେ ଥିବା ଡେରାସ ପ୍ରାକୃତିକ ନିବାସ ନୂଆବର୍ଷରେ ବଣଭୋଜି କରିବାକୁ ଏକ ସୁନ୍ଦର ଜାଗା ହୋଇପାରିବ। ଏଠାରେ ଆପଣ ଡେରାସ ଡ୍ୟାମ ସହ ବାଉଁଶ ଘର ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ବଣଭୋଜି କରିବା ପାଇଁ ଏଠାରେ ବିଭିନ୍ନ ପିଣ୍ଡିର ମଧ୍ୟ ବ୍ୟବସ୍ଥା ରହିଛି।ଜୟଦେବ ବାଟିକା

ଜୟଦେବ ବାଟିକାରେ ଆପଣ ମନୁଷ୍ୟକୃତ ଝରଣାକୁ ଉପଭୋଗ କରିବା ସହ ବାଟିକାର ସୁନ୍ଦର ପରିବେଶକୁ ବୁଲି ଦେଖିପାରିବେ। ଏହାସହ ଏଠାରେ ବଣଭୋଜି କରିବାର ସମସ୍ତ ପ୍ରକାର ସୁବିଧାସୁଯୋଗ ଉପଲବ୍ଧ ରହିଛି। ଏଠାରେ ଆପଣମାନେ ପିଣ୍ଡି ଭଡ଼ାରେ ନେଇ ଭୋଜି କରିପାରିବେ। ଭୁବନେଶ୍ୱର ଖଣ୍ଡଗିରି ପାଖରେ ଥିବା ଏହି ବାଟିକାଟି ଏବେ ରାଜଧାନୀର ଏକ ପ୍ରମୁଖ ପିକନିକ୍ ସ୍ପଟ୍ ଭାବେ ଖ୍ୟାତି ଅର୍ଜନ କରିଛି।ଶିଖରଚଣ୍ଡୀ ପାହାଡ଼

ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପାଖରେ ରହିଥିବା ଶିଖରଚଣ୍ଡୀ ପୀଠରେ ମଧ୍ୟ ଆପଣ ବଣଭୋଜି କରିବାର ସମସ୍ତ ପ୍ରକାର ସୁବିଧାସୁଯୋଗ ପାଇପାରିବେ। ପାହାଡ଼ରେ ଦେବୀଙ୍କ ମନ୍ଦିର ଦର୍ଶନ କରିବା ସହ ଏଠାରେ ଲୋକମାନେ ବଣଭୋଜିର ମଜା ଉଠାଇପାରିବେ। ଏଥିପାଇଁ ଏଠାରେ ସମସ୍ତ ପ୍ରକାର ସୁବିଧାସୁଯୋଗ ରହିଛି। ଲୋକମାନେ ବିନା କୌଣସି ଅସୁବିଧାରେ ଏଠାରେ ବଣଭୋଜି କରିପାରିବେ।ଧଉଳି ଶାନ୍ତିସ୍ତୁପ

ଭୁବନେଶ୍ୱର ନିକଟବର୍ତ୍ତୀ ଶାନ୍ତିସ୍ତୁପ ଧଉଳି ମଧ୍ୟ ଆପଣଙ୍କ ବଣଭୋଜି ପାଇଁ ଭଲ ସ୍ଥାନ ହୋଇପାରିବ। ଏଠାକାର ନିରାମୟ ପରିବେଶ ଓ ପ୍ରାକୃତିକ ଶୋଭାରାଶିରେ ଭୋଜି ଆପଣଙ୍କୁ ଏକ ଭିନ୍ନ ଅନୁଭୂତି ଦେଇପାରିବ। ଏଠାରେ ବଣଭୋଜି କରିବା ପାଇଁ ମଧ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳିପାରୁଛି। ବିଶେଷ କରି ପିକନିକ୍ ସମୟରେ ଏଠାରେ ଲୋକଙ୍କ ଗହଳି ଚହଳି ଲାଗି ରହୁଛି।

Comment