ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷକୁ ଆଉ କେଇ ଘଣ୍ଟା ବାକି ଅଛି। ନୂତନବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ଭକ୍ତମାନଙ୍କ ଭିଡ଼ ଜମିଲାଣି। ଏହାସହ ନୂଆବର୍ଷ ଦିନ ରାତି ୧ଟାରୁ ଶ୍ରୀମନ୍ଦିର ଖୋଲା ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

ମଙ୍ଗଳବାର ରାତି ସାଢ଼େ ୧୦ଟା ସୁଦ୍ଧା ପହୁଡ଼ ନୀତି ସମ୍ପନ୍ନ ହେବ। ବୁଧବାର ରାତି ଗୋଟାଏରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ। ଆସନ୍ତାକାଲି ଦିନ ତମାମ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯିବ।

ଅନ୍ୟପଟେ ନୂଆବର୍ଷ ପାଇଁ ଶ୍ରୀମନ୍ଦିର ସମ୍ମୁଖକୁ ନୂଆ ରୂପରେ ସଜା ଯାଇଛି। ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ଗଛ ଲଗାଯାଇଥିବା ବେଳେ ରାତିରେ ରଙ୍ଗବେରଙ୍ଗ ଆଲୋକମାଳାରେ ସାଜସଜ୍ଜା କରାଯାଇଛି।

ସୁରକ୍ଷାକୁ ଦୃଷ୍ଟିରେ ରଖି ୬୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ୨୭୬ ଅଧିକାରୀ ମୁତୟନ ହୋଇଛନ୍ତି। ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେ ନେଇ ବ୍ୟାରିକେଡ୍‌ର ବ୍ୟବସ୍ଥା ମଧ୍ୟ ହୋଇଛି।

Comment