ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଛନ୍ତି ବିରୁଷ୍କା। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଛନ୍ତି।ବୁଧବାର କୋହଲି ସୋସିଆଲ୍ ମିଡିଆ ଆକାଉଣ୍ଟରେ ତାଙ୍କ ପତ୍ନୀଙ୍କ ସହ ଗୋଟିଏ ଫଟୋ ସେଆର କରିଥିଲେ। ଏଥିରେ ସେ ଲେଖିଥିଲେ ‘ଅନ୍ ପଏଣ୍ଟ ଫର୍ ୨୦୨୦’। ଏହାପରେ ଦୁଇ ପତିପତ୍ନୀଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

ମଙ୍ଗଳବାର କୋହଲି ତାଙ୍କର ଆଉ ଗୋଟିଏ ଫଟୋ ସେଆର କରିଥିଲେ। ଏଥିରେ ସେ ତାଙ୍କ ପତ୍ନୀଙ୍କୁ ଶ୍ରେଷ୍ଠ ଫଟୋଗ୍ରାଫର ବୋଲି କହିଥିଲେ। ବର୍ତ୍ତମାନ କୋହଲି ଓ ଅନୁଷ୍କା ସ୍ୱିଜରଲ୍ୟାଣ୍ଡରେ ନିଜ ବିବାହର ଦ୍ୱିତୀୟ ବର୍ଷ ପାଳନ କରିବା ସହ ନୂଆବର୍ଷକୁ ଉପଭୋଗ କରୁଛନ୍ତି।

Comment