ଓଡ଼ିଶାଲାଇଭ୍ ବ୍ୟୁରୋ
ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍ଇଇଟି)-୨୦୨୦ର ଆବେଦନ ତାରିଖ ଆସନ୍ତା ଜାନୁଆରି ୬ ତାରିଖ ଯାଏଁ ବଢ଼ିଲା। ଏନେଇ ବୁଧବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ଡିସେମ୍ବର ୩୧ ଏହାର ଶେଷ ତାରିଖ ଥିଲା। ଏନ୍ଇଇଟି ୱେବ୍ସାଇଟ୍ରେ ଜାମ୍ ଲାଗିରହଇଥିବାରୁ ଅନେକ ଛାତ୍ରଛାତ୍ରୀ ଫର୍ମ ପକାଇପାରିନଥିଲେ। ବର୍ତ୍ତମାନ ଆବେଦନର ଶେଷ ତାରିଖ ବଢ଼ିବା ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ।
ସୂଚନାଯୋଗ୍ୟ, ଏମ୍ବିବିଏସ୍ ଏବଂ ବିଡିଏସ୍ ତଥା ଅଣ୍ଡରଗ୍ରାଜୁଏଟ୍ ମେଡିକାଲ କୋର୍ସରେ ପାଠପଢ଼ିବା ପାଇଁ ଏନ୍ଇଇଟି ପରୀକ୍ଷା ହେଉଛି। ଚଳିତବର୍ଷ ମେ ମାସ ୩ ତାରିଖରେ ଏହି ପରୀକ୍ଷା ହେବ। AIIMS ଏବଂ JIPMERରେ ଭଳି ଅନୁଷ୍ଠାନରେ ଆଡ୍ମିସନ ଏନ୍ଇଇଟି ଜରିଆରେ ହୋଇଥାଏ।
ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX