ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଟେଲିକମ୍‌ ରେଗୁଲେଟୋରୀ (ଟ୍ରାଇ) ପକ୍ଷରୁ କେବଲ ଟିଭି ଗ୍ରାହକଙ୍କୁ ନୂଆବର୍ଷର ଭେଟି ଦିଆଯାଇଛି। ବୁଧବାର ଟ୍ରାଇ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ମାର୍ଚ୍ଚ ପହିଲାରୁ ଗ୍ରାହକ ୧୩୦ ଟଙ୍କାରେ ୨୦୦ଟି ଚ୍ୟାନେଲ୍‌ ପାଇପାରିବେ।

ପୂର୍ବରୁ ବେଲ ଟିଭି ଗ୍ରାଡକଙ୍କୁ ୧୩୦ ଟଙ୍କାରେ ୧୦୦ଟି ଫି୍ରି ଏୟାର ଚ୍ୟାନେଲ୍‌ ମିଳୁଥିଲା। ସମସ୍ତ ଟ୍ୟାଙ୍କକୁ ଯୋଡ଼ିଲେ ଏହା ପାଖାପାଖି ୧୫୪ ଟଙ୍କା ପଡୁଥିଲା। ଏଥିମଧ୍ୟରୁ ୨୬ଟି ଚ୍ୟାନେଲ୍‌ ପ୍ରସାରଭାରତୀର ଥିଲା। ହେଲେ ବର୍ତ୍ତମାନ ଟ୍ରାଇ ପକ୍ଷରୁ ନୂଆ ଅଫର ଆସିଛି। ଆସନ୍ତା ମାର୍ଚ୍ଚରୁ ଗ୍ରାହକଙ୍କୁ ୧୩୦ ଟଙ୍କାରେ ୨୦୦ଟି ଚ୍ୟାନେଲ୍‌ ମିଳିବ। ତେବେ ନିଜ ମନ ପସନ୍ଦର ଚ୍ୟାନେଲ୍‌ ପାଇଁ ଗ୍ରାହକଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment