ଓଡ଼ିଶାଲାଇଭ୍ ବ୍ୟୁରୋ

ବିକ୍ରି ହେବ ବିଜୟ ମାଲ୍ୟାଙ୍କ ସମ୍ପତ୍ତି। ଦିଲ୍ଲୀର ସ୍ପେଶାଲ କୋର୍ଟ ବୁଧବାର ଏନେଇ ନିଜର ରାୟ ପ୍ରକାଶ କରିଛନ୍ତି।

ସ୍ପେଶାଲ କୋର୍ଟ ରାୟରେ କହିଛନ୍ତି ଯେ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସହ ଅନ୍ୟ ବ୍ୟାଙ୍କ୍‌ମାନେ ନିଜର ଟଙ୍କା ଫେରିପାଇବା ପାଇଁ ମାଲ୍ୟାଙ୍କ ଜବତ ହୋଇଥିବା ସମ୍ପତ୍ତିକୁ ବିକ୍ରି କରିପାରିବେ। ଫଳରେ ବ୍ୟାଙ୍କ୍‌ମାନେ ନିଜର ଟଙ୍କା ଫେରିପାଇବେ।

ଏହାସହ ମାଲ୍ୟାଙ୍କୁ ସ୍ପେଶାଲ୍ କୋର୍ଟ ଜାନୁଆରି ୧୮ ପର୍ଯ୍ୟନ୍ତ ସମୟ ଦେଇଛି। ଯଦି ୧୮ ତାରିଖ ପୂର୍ବରୁ ମାଲ୍ୟା ଏନେଇ ଉପର କୋର୍ଟରେ ଅପିଲ୍ ନକରନ୍ତି ତେବେ ବ୍ୟାଙ୍କ୍‌ମାନେ ତାଙ୍କର ସମ୍ପତ୍ତି ନିଲାମ କରିବେ। ୨୦୧୬ ମସିହାରେ ଦେଶର ବିଭିନ୍ନ ବ୍ୟାଙ୍କ୍‌ରୁ ୯ ହଜାର କୋଟି ଟଙ୍କାର ବାକି ରଖି ମାଲ୍ୟା ଲଣ୍ଡନ ପଳାଇଯାଇଥିଲେ।

Comment