ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦ରେ ଆଉ ଏକ ଐତିହାସିକ ଘଟଣା ଘଟିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ରାମ ମନ୍ଦିର ଅଯୋଧ୍ୟାରେ ଏହି ବର୍ଷ ନିର୍ମାଣ ହେବାକୁ ଯାଉଛି। ଫେବ୍ରୁଆରି ୯ରେ କେନ୍ଦ୍ର ସରକାର ରାମ ମନ୍ଦିର ଟ୍ରଷ୍ଟ ଗଠନ କରିବେ। ଏପ୍ରିଲ ୨ରେ ରାମ ନବମୀରୁ ହିଁ ରାମ ମନ୍ଦିର ନିର୍ମାଣ ହେବ।

୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଥିଲେ। ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ହେବ ବୋଲି କହିଥିଲେ। ଅଢ଼େଇ ବର୍ଷ ଭିତରେ ରାମ ମନ୍ଦିର ନିର୍ମାଣ ଶେଷ ହେବ ବୋଲି କୁହାଯାଉଛି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ବିଜେପି ପାଇଁ ବଡ଼ ପ୍ରାସଙ୍ଗିକତା ରଖୁଛି। ଆଉ ଗୋଟିଏ ବର୍ଷ ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପୂର୍ବରୁ ବିଜେପି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଉଦ୍ୟମ କରିବ।

୧୯୯୨ରୁ ବିବାଦଘେରରେ ରହିଥିଲା ରାମ ଜନ୍ମଭୂମି। ଏହି ଜନ୍ମଭୂମି ରାମ ଲାଲାଙ୍କର ନା ମୁସଲମାନଙ୍କର ତାକୁ ନେଇ କୋର୍ଟରେ ମାମଲା ଚାଲିଥିଲା। ଶେଷରେ ମାମଲା ସୁପ୍ରିମକୋର୍ଟ ଆସିଥିଲା। ହେଲେ ଏହା ଏକ ବିବାଦୀୟ ଘଟଣା ହୋଇଥିବାରୁ ସମସ୍ୟାର ସମାଧାନ ହୋଇପାରୁ ନଥିଲା। କିନ୍ତୁ ୨୦୧୯ରେ ସୁପ୍ରିମକୋର୍ଟ ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ ଐତିହାସିକ ରାୟ ଦେଇଥିଲେ।

Comment