ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ସବୁଠୁ ଅଧିକ ଶିଶୁ ଭାରତରେ ଜନ୍ମ ହୋଇଛନ୍ତି।

ନୂଆବର୍ଷର ପ୍ରଥମ ଦିନରେ ଭାରତରେ ଜନ୍ମ ହୋଇଛନ୍ତି ୬୭ ହଜାର ୩୮୫ ଜଣ ଶିଶୁ। ଏପରିକି ସାରା ବିଶ୍ୱରେ ଏହା ସର୍ବାଧିକ ବୋଲି କହିଛି ୟୁନିସେଫ୍।

ୟୁନିସେଫ୍ ରିପୋର୍ଟ ଏହି ଅନୁସାରେ ସାରା ବିଶ୍ୱରେ ନୂଆବର୍ଷର ପ୍ରଥମ ଦିନ ପ୍ରାୟ ୩ ଲକ୍ଷ ୯୨ ହଜାର ୭୮ ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସେଥିମଧ୍ୟରୁ କେବଳ ଭାରତରେ ୬୭ ହଜାରରୁ ଅଧିକ ଶିଶୁ ଜନ୍ମ ହୋଇଛନ୍ତି, ଯାହାକି ସମଗ୍ର ବିଶ୍ୱର ୧୭ ପ୍ରତିଶତ। ଏହାସହ ନୂଆବର୍ଷରେ ଭାରତରେ ହିଁ ସୁବୁଠୁ ଅଧିକ ଶିଶୁ ଜନ୍ମ ହୋଇଛନ୍ତି ବୋଲି ୟୁନିସେଫ୍ ନିଜ ରିପୋର୍ଟରେ ଦର୍ଶାଇଛି।ଏହି ଲିଷ୍ଟରେ ଭାରତ ପଛକୁ ଚୀନ୍ ରହିଛି। ନୂଆବର୍ଷର ପ୍ରଥମ ଦିନରେ ଚୀନରେ ପ୍ରାୟ ୪୬ ହଜାର ୨୯୯ ଜଣ ଶିଶୁ ଜନ୍ମ ହୋଇଛନ୍ତି। ସେହିପରି ନୂଆବର୍ଷରେ ନାଇଜେରିଆରେ ୨୬ ହଜାର ୩୯ ଜଣ, ପାକିସ୍ତାନରେ ୧୬ ହଜାର ୭୮୭ ଜଣ, ଇଣ୍ଡୋନେସିଆରେ ୧୩ ହଜାର ୨୦ ଜଣ ଓ ଆମେରିକାରେ ୧୦ ହଜାର ୪୫୨ ଜଣ ଶିଶୁ ଜନ୍ମ ହୋଇଛନ୍ତି।

କେତେକ ମାତାପିତା ଏହି ଦିନ ହିଁ ନିଜର ସନ୍ତାନଙ୍କୁ ଜନ୍ମ ଦେବାକୁ ଇଚ୍ଛା ରଖିଥିଲେ। ତେଣୁ ସେହି ମା’ମାନଙ୍କର ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ଅପରେସନ କରାଯାଇ ଶିଶୁ ଜନ୍ମ କରାଯାଇଛି ବୋଲି ଡାକ୍ତରମାନେ କହିଛନ୍ତି।

Comment