ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ହେଲେ ନିରଞ୍ଜନ ସେଠୀ। ଗୁରୁବାର ରାଜ୍ୟ ସରକାର ତାଙ୍କୁ ଏହି ନୂଆ ପଦର ଦାୟିତ୍ୱ ଦେଇଛନ୍ତି।

ନିରଞ୍ଜନ ସେଠୀ ପୂର୍ବରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ରାଜ୍ୟ ସରକାରଙ୍କ 5T ଆଧାରରେ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହେବା ପରେ ତାଙ୍କୁ ବୈଷୟିକ ନିର୍ଦ୍ଦେଶକ ଭାବେ ଏହି ଦାୟିତ୍ୱ ମିଳିଛି।

ସେ ତାଙ୍କର ୩୦ ବର୍ଷର କ୍ୟାରିଅର ମଧ୍ୟରେ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶାର ମୁଖ୍ୟ ନିର୍ବାଚନ କମିସନରଙ୍କ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ଏଥିସହିତ ବିଭିନ୍ନ ଜିଲ୍ଲାରେ ମଧ୍ୟ ସେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୯ସାଧାରଣ ନିର୍ବାଚନ ସମୟରେ ସେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସୋସିଆଲ୍ ମିଡିଆ ନୋଡାଲ୍ ଅଫିସର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Comment