ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆଉ କିଛି ଦିନ ପାଇଁ ପାଗ ଥଣ୍ଡା ରହିବ। ଏଥିସହ ସୋମବାରଠୁ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆଉ ଗୋଟିଏ ଦିନ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା ଚାରିରୁ ପାଞ୍ଚ ଡିଗ୍ରୀ ହ୍ରାସ ପାଇବା ସହ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏଥିସହିତ ରାଜ୍ୟର କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପାଗ କୋହଲା ରହିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି।

ଗତ କିଛିଦିନ ଧରି ରାଜ୍ୟରେ ପାଗ କୋହଲା ରହିବା ସହ ବର୍ଷା ଲାଗିରହିଛି। ଆଗାମୀ ୨୪ଘଣ୍ଟା ପର୍ଯ୍ୟନ୍ତ ଏହି ଝିପିଝିପି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

Comment