ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର ଟାଉନ ପୋଲିସ ଚୋରି ମାମଲାରେ ଯୁବକକୁ  ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ  ସ୍ଥାନୀୟ ଖ୍ରୀଷ୍ଟିଆନ ପେଟାର ପ୍ରିନସ ରାଓ। ଅଭିଯୁକ୍ତଠାରୁ ପୋଲିସ ୫ଟି ମୋଟର ସାଇକେଲର ସାଇଲେନସର, ୨ଟି ଲେଗ ଗାର୍ଡ ଜବତ କରିଛି।

ପ୍ରିନସ ରାଓ ଦୋକାନରୁ ସଟର ଭାଙ୍ଗି ବାଇକ ପାର୍ଟସ ଚୋରି କରୁଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ପୋଲିସ ପ୍ରିନ୍ସ ବିରୋଧରେ ପ୍ରମାଣ ଏକାଠି କରି ତାକୁ ଗିରଫ କରିଛି। ଗିରଫ ପରେ ପୋଲିସ ଏବେ ପ୍ରିନ୍ସକୁ କୋର୍ଟ ଚାଲାଣ କରିଛି।

Comment