ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାତୀ-ମଣିଷ ଲଢ଼େଇ ରୋକିବାକୁ ବନ ବିଭାଗର ଉଦ୍ୟମ। ଅଭୟାରଣ୍ୟ ନିକଟବର୍ତ୍ତୀ ଗାଁରେ ଥିବା ଲୋକଙ୍କୁ ଦିଆଯିବ ଟ୍ରେନିଂ। ପ୍ରତି ଗାଁରେ ଥିବା ବନ କଲ୍ୟାଣ ସମିତିର ୨ ଜଣଙ୍କୁ ଟ୍ରେନିଂ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ମୋନା ଶର୍ମା।

ଅଭୟାରଣ୍ୟରେ ହାତୀର ଗତିବିଧି ନେଇ ସୂଚନା ଦେବେ ଏହି ତାଲିମପ୍ରପ୍ତ ଗ୍ରାମବାସୀ। ଏହା ଦ୍ଵାରା ହାତୀ ଓ ମଣିଷମାନଙ୍କ ମଧ୍ୟରେ ଦେଉଥିବା ଲଢ଼େଇକୁ ରୋକାଯାଇ ପାରିବ।

ଅନେକ ସମୟରେ ଅଭୟାରଣ୍ୟ ନିକଟବର୍ତ୍ତୀ ଗାଁଗୁଡ଼ିକରେ ହାତୀମାନେ ପଶି ଆସିଥିାନ୍ତି। ହାତୀମାନେ ଗାଁରେ ଘର, ଫସଲ ସହ ଲୋକମାନଙ୍କୁ ମଧ୍ୟ ଆକ୍ରମଣ କରିଥିାନ୍ତି। ଏହାକୁ ପ୍ରତିବାଦ କରି ଲୋକମାନେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥାନ୍ତି। ଏଭଳି ସମସ୍ୟକୁ ଦୂର କରିବାକୁ ବନ ବିଭାଗ ଏହି ପ୍ରୟାସ ଆରମ୍ଭ କରିବାକୁ ଯାଉଛି।

Comment