ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନରେ ପେଶ୍ଵାଓ୍ଵରରେ ଜଣେ ଶିଖ୍‌ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଯୁବକଙ୍କୁ ଗୁଳି କରି ହତ୍ୟା ପରେ ଦୁର୍ବୃତ୍ତ ଫେରାର୍‌ ହୋଇଯାଇଛି। ଘଟଣାସ୍ଥଳରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଯୁବକ ଜଣକ ହେଉଛନ୍ତି ରବିନ୍ଦ୍ର ସିଂ। ହତ୍ୟାକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।

ରବିନ୍ଦ୍ର ପାକିସ୍ତାନର ଜଣେ ସାମ୍ଵାଦିକଙ୍କ ଭାଇ। ସେ ମାଲେସିଆରେ ରୁହନ୍ତି। ବାହା ଘର ପାଇଁ କିଛିଦିନ ତଳେ ସେ ପାକିସ୍ତାନ ଆସିଥିଲେ। ସପିଂ ପାଇଁ ଯାଉଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛି।

ଦୁଇ ଦିନ ତଳେ ପାକିସ୍ତାନରେ ଥିବା ଗୁରୁଦ୍ଵାରା ନାନାକାନା ସାହିବ ଚାରିପଟୁ ପଥର ମାଡ଼ କରିଥିଲେ କିଛି ମୁସଲିମ ନାଗରିକ। ଏହି ଆକ୍ରମଣକୁ ଦୁଇ ଦିନ ନପୂରୁଣୁ ପୁଣି ବର୍ବରତା ଦେଖାଯାଇଛି।

Comment