ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବାରେ ରେକର୍ଡ କଲେ ରାଜ୍ୟ ସରକାର। ଡିସେମ୍ବର ମାସ ଶେଷ ସପ୍ତାହରେ ୩୧୬୬ ଜଣ ସରକାରୀ କର୍ମଚାରୀ ପଦୋନ୍ନତି ଦେଇ ଏଭଳି ବିରଳ ରେକର୍ଡ କରିଛନ୍ତି ରାଜ୍ୟ ସରକାର।

ପୂର୍ବରୁ ରାଜ୍ୟର ଅନେକ ନିମ୍ନ ଓ ମଧ୍ୟମ ବର୍ଗର ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବାରେ ଅଯଥା ବିଳମ୍ବ ହେଉଥିଲା। ତେଣୁ ମୁଖ୍ୟମନ୍ତ୍ରୀ ଗତ ଡିସେମ୍ବର ୨୧ ତାରିଖରେ ଯୋଗ୍ୟ କର୍ମଚାରୀଙ୍କୁ ତୁରନ୍ତ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଡିସେମ୍ବର ୨୪ ତାରିଖରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ରାଜ୍ୟ ସରକାର ମୋଟ ୩୧୬୬ କର୍ମଚାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ବର୍ତ୍ତମାନ ଏହି ପଦୋନ୍ନତି ଦେବା ଏକ ବିରଳ ରେକର୍ଡ ହୋଇଛି, କାରଣ ପୂର୍ବରୁ ଡିସେମ୍ବର ମାସର ଶେଷ ସପ୍ତାହରେ ଏତେ ସଂଖ୍ୟକ କର୍ମଚାରୀଙ୍କୁ କେବେ ବି ପଦୋନ୍ନତି ଦିଆଯାଇନାହିଁ।Lokaseva Bhawanରାଜ୍ୟ ସରକାରଙ୍କ ୩୯ଟି ବିଭାଗ ସହ ୩୦ଟି ଜିଲ୍ଲାରେ ଗ୍ରୁପ୍- ଏ ଠାରୁ ଆରମ୍ଭ କରି ଗ୍ରୁପ୍- ଡି ପର୍ଯ୍ୟନ୍ତ କର୍ମଚାରୀମାନେ ଏହି ପଦୋନ୍ନତି ପାଇବା ଲିଷ୍ଟରେ ସାମିଲ ଅଛନ୍ତି। ଗ୍ରୁପ୍-ଏ ରେ ୮୫୨ ଜଣ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇଥିବାବେଳେ ଗ୍ରୁପ୍-ବି ରେ ୫୨୭ ଜଣ, ଗ୍ରୁପ-ସି ରେ ୧୪୯୬ ଜଣ ଓ ଗ୍ରୁପ୍-ଡିରେ ୨୯୧ ଜଣ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇଛି।

ସେହିପରି ଜିଲ୍ଲା ଭିତ୍ତିରେ ଦେଖିଲେ କଟକ ଜିଲ୍ଲାରେ ସର୍ବାଧିକ ୭୪୮ ସରକାରୀ କର୍ମଚାରୀ ପଦୋନ୍ନତି ପାଇଥିଲାବେଳେ, ମୟୁରଭଞ୍ଜରେ ୨୧୮ ଜଣ ଓ ଗଞ୍ଜାମରେ ୧୯୪ ଜଣ ସରକାରୀ କର୍ମଚାରୀ ପଦୋନ୍ନତି ପାଇଛନ୍ତି ବୋଲି ସୂଚନା ମିଳିଛି।

ବିଭିନ୍ନ ବିଭାଗ ସ୍ତରରେ ପଦୋନ୍ନତି ପକ୍ରିୟାକୁ ଦେଖିଲେ ଜଣାପଡ଼ିଛି ଯେ, ସ୍ୱରାଷ୍ଟ୍ର ବିଭାଗରେ ସର୍ବାଧିକ ୨୩୩୦ ଜଣ କର୍ମଚାରୀ ପଦୋନ୍ନତି ପାଇଥିବାବେଳେ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ ୧୩୦୭ ଜଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୨୫୧ଜଣ କର୍ମଚାରୀ ପଦୋନ୍ନତି ପାଇଛନ୍ତି ବୋଲି କୁହାଯାଇଛି।।

ରାଜ୍ୟ ସରକାରଙ୍କ 5T ନୀତି ସାହାଯ୍ୟରେ ସମସ୍ତ ବିଭାଗରେ ସ୍ୱଚ୍ଛତା ଓ ନୂତନ ଜ୍ଞାନ କୌଶଳ ଆଣିବା ସହ ଯୋଗ୍ୟ କର୍ମଚାରୀଙ୍କୁ ତୁରନ୍ତ ପଦୋନ୍ନତି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Comment