ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ’ ୩ରେ ନିଟ୍‌ ପରୀକ୍ଷା। ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନିଟ୍‌ର ଅନ୍‌ଲାଇନ୍‌ ପଞ୍ଜୀକରଣ ସୋମବାର ସରିଛି। ଫି ଦାଖଲ କରି ନଥିବା ପରୀକ୍ଷାର୍ଥୀ ଆଜି ରାତି ୧୧ଟା ୫୦ ସୁଦ୍ଧା ଫି ଦାଖଲ କରିପାରିବେ।

ଆବେଦନ ସମୟରେ ଫର୍ମରେ ତ୍ରୁଟି ଥିଲେ ଛାତ୍ରଛାତ୍ରୀ ୧୫ରୁ ୩୧ ଜାନୁଆରି ମଧ୍ୟରେ ଏନ୍‌ଟିଏ ଓ୍ୱେବ୍‌ସାଇଟ୍‌ www.ntaneet.nic.in ରେ ସଂଶୋଧନ କରିପାରିବେ।

ମେ’ ୩ରେ ହେବାକୁ ଥିବା ପରୀକ୍ଷା ଅପରାହ୍‌ଣ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିବ।

ପରୀକ୍ଷାର୍ଥୀମାନେ ୨୭ ମାର୍ଚ୍ଚରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ।

ବାଲେଶ୍ୱର, ଅନୁଗୁଳ, ବ୍ରହ୍ମପୁର, ଭୁବନେଶ୍ଵର, କଟକ, ରାଉରକେଲା ଏବଂ ସମ୍ବଲପୁରରେ ଏନ୍‌ଟିଏର ପରୀକ୍ଷା କେନ୍ଦ୍ର କରାଯାଇଛି।

Comment