ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ଥର ପାଇଁ କଶ୍ମୀରି ପଣ୍ଡିତଙ୍କ ଦୁଃଖ ଓ କଷ୍ଟର କାହାଣୀକୁ ପରଦାରେ ଦେଖିବାକୁ ପାଇବେ ଦର୍ଶକ। କଶ୍ମୀରି ପଣ୍ଡିତଙ୍କୁ ନେଇ ନିର୍ମିତ ହୋଇଥିବା ଫିଲ୍ମ ‘ଶିକାରା’ର ଟ୍ରେଲର ଆଜି ରିଲିଜ ହୋଇଛି। ଫେବ୍ରୁଆରି ୭ରେ ଫିଲ୍ମ ରିଲିଜ ହେବାକୁ ଯାଉଛି।

ଏହି ଫିଲ୍ମରେ ଅଭିନେତା ଆଦିଲ ଖାନ ଓ ଅଭିନେତା ସାଦିଆ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଆଦିଲ ଓ ସାଦିଆଙ୍କର ଏହା ହେଉଛି ପ୍ରଥମ ଫିଲ୍ମ।

୪ ଲକ୍ଷ କଶ୍ମୀରି ପଣ୍ଡିତଙ୍କୁ କିପରି ରାତାରାତି ନିଜ ମାଟିରୁ ତଡ଼ି ଦିଆଯାଇଥିଲା ସେହି କାହାଣୀକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଏହି ଫିଲ୍ମରେ ଏକ ନିଆରା ପ୍ରେମକାହାଣୀକୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ।

ବିଧୁ ବିନୋଦ ଚୋପ୍ରା ଏହାର ନିର୍ଦ୍ଦେଶନା ଦେଇଛନ୍ତି।

Comment