ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲିଠାରୁ ପାଞ୍ଚ ଦିନ ଧରି ଚାଲିବ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆନ୍ତର୍ଜାତିକ ବାଣିଜ୍ୟ ମେଳା ୨୦୨୦। ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ।

ଜାନୁଆରି ୮ରୁ ୧୨ ତାରିଖ ଯାଏଁ ଭୁବନେଶ୍ୱର ୟୁନିଟ୍‌ ୩ ପ୍ରଦର୍ଶନୀ ପଡ଼ିଆରେ ହେବ ଅଷ୍ଟମ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ଇଣ୍ଟରନ୍ୟାସନାଲ ଟ୍ରେଡ୍‌ ଫେୟାର। ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଆୟୋଜିତ ଏହି ବାଣିଜ୍ୟମେଳାକୁ ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ।

ଚଳିତବର୍ଷ ବିଷୟବସ୍ତୁ ରହିଛି ‘ଫୋକସ୍‌ ଏମ୍‌ଏସ୍‌ଏମ୍‌ଇ ୨୦୨୦’।

ପାଞ୍ଚ ଦିନ ଧରି ଆୟୋଜନ ହେବାକୁ ଥିବା ଏହି ଟ୍ରେଡ୍‌ ଫେୟାରରେ ଇରାନ୍‌ରୁ ୨୦ଟି କମ୍ପାନି, ବାଂଲାଦେଶରୁ ୧୦ଟି କମ୍ପାନି ଅଂଶଗ୍ରହଣ କରିବେ।

ଏହି ଟ୍ରେଡ୍‌ ଫେୟାରରେ ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, ଇଞ୍ଜିନିୟରିଂ, ପ୍ଲାଷ୍ଟିକ୍‌ ଓ କେମିକାଲ, ମହିଳା ଉଦ୍ୟୋଗୀ ଆଦି ବିଭାଗରୁ ଉଦ୍ୟୋଗୀମାନେ ଭାଗ ନେବେ। ଏହାସହ ବିଭିନ୍ନ ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହାସହ ୧୫ଟି ଫୁଡ୍‌ ଷ୍ଟଲ ଖୋଲାଯିବ।

Comment