ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ହୋଇଥିବା ହିଂସାକାଣ୍ଡକୁ ନେଇ ସାରାଦେଶରେ ଚର୍ଚ୍ଚା ଲାଗି ରହିଛି। ଏହାରିମଧ୍ୟରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଙ୍ଗଳବାର ଜେଏନୟୁ ଯାଇ ଛାତ୍ରମାନଙ୍କୁ ସମର୍ଥନ ଜଣାଇଥିଲେ। କ୍ୟାମ୍ପସରେ ହିଂସା ଘଟଣାକୁ ନେଇ ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀଙ୍କୁ ସମର୍ଥନ ତଥା ସହାନୁଭୂତି ଦେବା ଉଦ୍ଦେଶ୍ୟରେ ଜେଏନୟୁ ଯାଇଥିଲେ ଦୀପିକା।

ଦୀପିକାଙ୍କ ଏହି ପଦକ୍ଷେପକୁ ନେଇ ଏବେ ସୋସିଆଲ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। କେହି ଦୀପିକାଙ୍କ ଏହି ପଦକ୍ଷେପକୁ ସମର୍ଥନ କଲା ବେଳେ କେହି କେହି ଏହାକୁ ଘୋର ବିରୋଧ କରିଛନ୍ତି। ଟୁଇଟରରେ #ISupportDeepika #boycottchhapaak ଏବେ ଟ୍ରେଣ୍ଡରେ ରହିଛି।

ଜେଏନୟୁ ଛାତ୍ରଙ୍କୁ ଦୀପିକାଙ୍କ ସମର୍ଥନ ତାଙ୍କ ଆଗାମୀ ଫିଲ୍ମ ଛପାକ ସହ ଯୋଡ଼ାଯାଉଛି।

ବିଜେପି ନେତା ତଜିନ୍ଦର ପାଲ ସିଂହ ଦୀପିକାଙ୍କୁ ଫିଲ୍ମ ଛପାକକୁ ବହିଷ୍କାର କରିବାକୁ ଘୋଷଣା କରିଛନ୍ତି। ଛପାକ ଜାନୁଆରି ୧୦ରେ ରିଲିଜ ହେବାକୁ ଯାଉଛି।

Comment