ଓଡ଼ିଶାଲାଇଭ୍ ବ୍ୟୁରୋ

ନବରତ୍ନ ଲୋକଉଦ୍ୟମ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍‌ର (ନାଲ୍‌କୋ) ୪୦ତମ ପ୍ରତିଷ୍ଠା ଦିବସ ଅବସରରେ କଳାକାର, ପ୍ରସିଦ୍ଧ ବିଶାରଦ, ଭିନ୍ନକ୍ଷମଙ୍କ ଥଇଥାନ ନିମନ୍ତେ କାର୍ଯ୍ୟ ଏବଂ ସଂସ୍କୃତ ଭାଷାର ପ୍ରଚାରପ୍ରସାର ଆଦି ପାଇଁ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ଵରସ୍ଥିତ ନାଲ୍‌କୋ ନଗରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ସଂସ୍କୃତ ଭାଷା ଓ ସାହିତ୍ୟର ପ୍ରଚାରପ୍ରସାର ପାଇଁ ପ୍ରଫେସର୍ ପ୍ରଫୁଲ୍ଲ କୁମାର ମିଶ୍ର ଏବଂ ପ୍ରଫେସର୍ ରଘୁନାଥ ପଣ୍ଡାଙ୍କୁ ନାଲ୍‌କୋ କାଳିଦାସ ସମ୍ମାନ ପ୍ରଦାନ କରାଯାଇଛି।

ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସଫଳତା ଓ ଅବଦାନ ପାଇଁ ନୃତ୍ୟଗୁରୁ ଭରତ ଚରଣ ଗିରି ଓ ରୂପଶ୍ରୀ ମହାପାତ୍ରଙ୍କୁ ନାଲ୍‌କୋ ଖାରବେଳ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ନୃତ୍ୟଶିଳ୍ପୀ ଗୌରୀଶଙ୍କର ଦାଶ ଓ ମଞ୍ଜୁଶ୍ରୀ ପଣ୍ଡାଙ୍କୁ ନାଲ୍‌କୋ ଖାରବେଳ ସମ୍ମାନ ପ୍ରଦାନ କରାଯାଇଛି।

ଭିନ୍ନକ୍ଷମଙ୍କ ଥଇଥାନ ନିମନ୍ତେ କାର୍ଯ୍ୟ ପାଇଁ ଗଞ୍ଜାମ ଅର୍ଥୋପେଡିକାଲି ହାଣ୍ଡିକ୍ୟାପ୍ଡ ୱେଲ୍‌ଫେୟାର୍ ଆସୋସିଏସନ୍‌କୁ ନାଲ୍‌କୋ ସ୍ମାଇଲ୍ସ ପୁରସ୍କାର ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ନାଲ୍‌କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Comment