ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜର ଗ୍ରାହକମାନଙ୍କୁ ଗୋଟିଏ ପରେ ଗୋଟିଏ ସୁବିଧା ଦେଇଚାଲିଛି ଜିଓ। ଏହି ଧାରାରେ ଏବେ ଆଉ ଗୋଟିଏ ନୂଆ କଥା ସାମିଲ ହେବାକୁ ଯାଉଛି। ଜିଓ ଏବେ ସାରା ଦେଶରେ ନିଜର ୱାଇ-ଫାଇ କଲିଙ୍ଗ୍ ସୁବିଧାକୁ ଲଞ୍ଚ୍ କରିଦେଇଛି। ଏହାଫଳରେ ଗ୍ରାହକମାନେ ଯେକୌଣସି ୱାଇ-ଫାଇରେ ରହି ମାଗଣାରେ ମୋବାଇଲ୍ କଲ୍ କରିପାରିବେ।

ଜିଓ ବୁଧବାର ତା’ର ଏହି ନୂଆ ସୁବିଧାକୁ ଲଞ୍ଚ୍ କରିଛି। ପ୍ରଥମେ ଲୋକମାନଙ୍କୁ ନିଜର ମୋବାଇଲକୁ ୱାଇ-ଫାଇ ସହ ସଂଯୋଗ କରିବାକୁ ପଡ଼ିବ। ଏହାପରେ ଆପଣଙ୍କ ମୋବାଇଲରେ ୱାଇ-ଫାଇ କଲିଙ୍ଗ୍ ସୁବିଧା ରହିଥିଲେ ଆପଣ ଏହି ସୁବିଧାର ଲାଭ ଉଠାଇପାରିବେ।

ଆପଣଙ୍କ ଫୋନର ନେଟୱାର୍କ ସେଟିଙ୍ଗରେ ଯଦି ୱାଇ-ଫାଇ୍ କଲିଙ୍ଗ୍ ସୁବିଧା ରହିଛି ତେବେ ଆପଣ ବିନା କୌଣସି ଟଙ୍କା ଖର୍ଚ୍ଚ କରି ୱାଇ-ଫାଇ ସାହାଯ୍ୟରେ କଲ୍ କରିପାରିବେ।

Comment