ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀପିକା ପାଦୁକୋନଙ୍କ ଫିଲ୍ମ ଛପାକ ଶୁକ୍ରବାର ରିଲିଜ ହେବାକୁ ଯାଉଛି। ଫିଲ୍ମଟି ରିଲିଜ ହେବା ପୂର୍ବରୁ ବିବାଦରେ ଫସିବାରେ ଲାଗିଛି। ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ହଙ୍ଗମା ହୋଇଥିଲା ବେଳେ ଏବେ ଫିଲ୍ମ ରିଲିଜ ରୋକିବାକୁ ଦିଲ୍ଲୀର ପଟିୟାଲା ହାଉସ କୋର୍ଟରେ ଆବେଦନ ହୋଇଛି।

ବାସ୍ତବ ଜୀବନରେ ଏସିଡ୍ ଆଟାକ୍ ପୀଡିତା ଲକ୍ଷ୍ମୀ ଆଗ୍ରୱାଲଙ୍କ ପାଇ ମାମଲା ଲଢ଼ିଥିବା ଓକିଲ ଅପର୍ଣ୍ଣା ଭଟ୍ଟ ଏହି ଆବେଦନ କରିଛନ୍ତି। ଏହି ଫିଲ୍ମରେ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ ଗୁରୁତ୍ୱ ଦିଆଯାଇନଥିବାରୁ ସେ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଅପର୍ଣ୍ଣା ଦାବି କରିଛନ୍ତି ଯେ ସେ ବହୁ ବର୍ଷ ଯାଏଁ ଲକ୍ଷ୍ମୀଙ୍କ ପାଇଁ ଲଢେଇ କରିଛନ୍ତି। ଏହା ସତ୍ଵେ ମଧ୍ୟ ତାଙ୍କୁ ଫିଲ୍ମରେ ସେମିତି ଦେଖାଯାଇ ନାହିଁ। ତେଣୁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସେ ଦାବି କରିଛନ୍ତି।

Comment