ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଦୁଷ୍କର୍ମକାରୀ ଶେଷ ପ୍ରୟାସ ଆପଣେଇଛନ୍ତି। ୪ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ଦୋଷୀ ବିନୟ ଶର୍ମା ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛି। ଦୋଷୀ ବିନୟ ଶର୍ମା ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଦାଖଲ କରିଛି। ଜାନୁଆରି ୨୨ରେ ୪ ଦୋଷୀଙ୍କୁ ଫାଶୀ ଦେବାକୁ ଡେଥ୍‌ ଓ୍ୱାରେଣ୍ଟ ଜାରି କରାଯାଇଛି।

ଜାଣନ୍ତୁ କ’ଣ ଏହି କ୍ୟୁରେଟିଭ୍‌ ପିଟିସନ୍‌?

କ୍ୟୁରୋଟିଭ ଶବ୍ଦ cure ଶବ୍ଦରୁ ଆସିଛି। ଏହାର ଅର୍ଥ ଉପଚାର କରିବା। ଏହି କ୍ୟୁରେଟିଭ୍‌ ପିଟିସନ ସେତେବେଳେ ଦାଖଲ ହୁଏ ଯେତେବେଳେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଖାରଜ ହୋଇଥାଏ। ଏହା ଦୋଷୀ ପାଇଁ ଶେଷ ସୁଯୋଗ, ଯାହାଦ୍ୱାରା ଜଣେ ଦୋଷୀ କ୍ଷମା ପାଇଁ ମୁଖ୍ୟ ବିଚାରପତି ଓ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପାଇଁ ଗୁହାରି କରିଥାଏ। ଏହି ପିଟିସନର ରାୟ ଆସିବା ପରେ  ଦୋଷୀ ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଏ। ଏହି ପିଟିସନର ଶୁଣାଣି କୋର୍ଟଙ୍କ ୫ ଜଣ ବରିଷ୍ଠ ବିଚାରପତି କରନ୍ତି।

ପୂର୍ବ ଶୁଣାଣିରେ ଯଦି କୌଣସି ଆଇନଗତ ତ୍ରୁଟି ଥାଏ କ୍ୟୁରୋଟିଭି ପିଟିସନ ଦାଖଲ ହେଲେ ପୁଣି ଥରେ ବିଚାର ହୁଏ।

Comment