ଓଡ଼ିଶାଲାଇଭ୍ ବ୍ୟୁରୋ
ପାଠରେ ପଛୁଆ ରହୁଥିବା ପିଲାଙ୍କୁ ସ୍ପେଶାଲ୍ କ୍ଲାସ୍ ଦେବା ପାଇଁ ଏଣିକି ଶିକ୍ଷକମାନେ ଖରାଛୁଟିରେ ସ୍କୁଲରେ ରହିବେ।
ଏଣିକି ସ୍କୁଲ ଶିକ୍ଷକଙ୍କୁ ଆଉ ମିଳିବନି ଖରାଛୁଟି। ଛୁଟିରେ ଶିକ୍ଷକମାନେ ପାଠରେ ଦୁର୍ବଳ ଥିବା ପିଲାମାନଙ୍କ ପାଇଁ ସ୍ପେଶାଲ୍ କ୍ଲାସ୍ ନେବେ। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୁରୁବାର ଦିନ ଏହି ବଡ଼ ଘୋଷଣା କରିଛନ୍ତି।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, “ ସ୍କୁଲ ପାଠରେ ଦୁର୍ବଳ ଥିବା ପିଲାମାନେ ଖରାଛୁଟିରେ ସ୍ୱତନ୍ତ୍ର କ୍ଲାସରେ ବସିବେ। ଶିକ୍ଷକମାନେ ସେମାନଙ୍କ ପାଇଁ ଏହି ସ୍ପେଶାଲ୍ କ୍ଲାସ୍ ନେବେ। ସେଥିପାଇଁ ଏହି ଦିନମାନଙ୍କରେ ସ୍କୁଲ୍ ଖୋଲା ରହିବ। ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ବ୍ୟବସ୍ଥାରେ ସୁଧାର ଆଣିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି।”
ଏଥିସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାମାନଙ୍କୁ ଶିକ୍ଷା ସହିତ ଯୋଡ଼ିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଅନେକ ଦୁର୍ବଳ ଛାତ୍ରାଛାତ୍ରୀ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି।