ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ
ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସିଛି ଦୀପିକାଙ୍କ ଅଭିନୀତ ଫିଲ୍ମ ଛପାକ୍। ବହୁ ବାଦବିବାଦ ମଧ୍ୟରେ ଫିଲ୍ମଟି ଆଜି ରିଲିଜ୍ ହୋଇଛି। ଅନ୍ୟପଟରେ ଏହି ଫିଲ୍ମକୁ ୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଟ୍ୟାକ୍ସ ଫ୍ରି କରାଯାଇଛି। ଏହି ରାଜ୍ୟଗୁଡ଼ିକ ହେଲା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ପୁଡୁଚେରୀ।
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏନେଇ ତାଙ୍କ ଟୁଇଟରରେ ଘୋଷଣା କରିଛନ୍ତି।
ଏହି ଫିଲ୍ମରେ ଦର୍ଶକମାନେ ଜଣେ ଏସିଡ୍ ପୀଡ଼ିତାଙ୍କ କାହାଣୀ ଦେଖିବାକୁ ପାଇବେ। ଦୀପିକା ପାଦୁକୋନ ଜଣେ ଏସିଡ୍ ପୀଡ଼ିତାଙ୍କ ଚରିତ୍ରରେ ନଜର ଆସିଛନ୍ତି। ଏହି ଫିଲ୍ମରେ ୨୦୦୫ ମସିହାର ଏକ ନିଚ୍ଛକ ସତ୍ୟ ଘଟଣାକୁ ବର୍ଣ୍ଣନା କରାଯାଇଛି।