ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ସର୍ବସାଧାରଣଙ୍କ ପାଇଁ ପାଞ୍ଚ ଦିନ ଖୋଲା ରହିବ ଲୋକସେବା ଭବନର ଉଦ୍ୟାନ। ଆଜିଠୁ ଜାନୁଆରି ୨୬ ତାରିଖ ଯାଏଁ ଲୋକସେବା ଭବନ ଉଦ୍ୟାନ ଖୋଲା ରହିବ। ଅପରାହ୍‌ଣ ୩ଟାରୁ ୫.୩୦ ଯାଏଁ ଜନସାଧାରଣ ଉଦ୍ୟାନ ପରିଦର୍ଶନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଲୋକସେବା ଭବନ ପରିସରରେ ତିଆରି ହୋଇଥିବା ଏକ ସୁନ୍ଦର ବଗିଚାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସୁଯୋଗ ଦିଆଯିବ।

ଜନସାଧାରଣମାନେ ଲୋକସେବା ଭବନର ଗେଟ୍‌ ନମ୍ବର ୧ ଦେଇ ଉଦ୍ୟାନ ପରିଦର୍ଶନ କରିପାରିବେ।

Comment