ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଆସନ୍ତା ୧୨ରେ ପରଦାକୁ ଆସିବ ବାୟୋପିକ ବାବୁ ଭାଇଜାନ୍। ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଆକ୍ସନ ଷ୍ଟାର ଅରିନ୍ଦମ୍ ଓ ଚୁଲବୁଲି ନାୟିକା ଶିବାନୀ ନଜର ଆସିବେ।
ବାଲେଶ୍ୱରର ଜଣେ ବସ୍ତିଯୁବକ ଅବଦୁଲ୍ ଅମିନ୍ ଆଲିଆସ୍ ବାବୁଙ୍କ ଜୀବନ କାହାଣୀକୁ ନେଇ ଫିଲ୍ମ ବାବୁ ଭାଇଜାନ ନିର୍ମିତ ହୋଇଛି। ଜଣେ ଯୁବକ କିପରି ତା’ର ଜୀବନ ମଧ୍ୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଏଥିସହ ସମସ୍ୟାର ସମାଧାନ କରି ଜୀବନରେ କିଭଳି ସଫଳ ହେଉଛନ୍ତି ତାହା ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ।
ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦର୍ଶକ ଅରିନ୍ଦମ ଓ ଶିବାନୀଙ୍କ ସହ ଅଭିନେତା ବବି ମିଶ୍ର, ମନୋଜ ମିଶ୍ର ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ।
ଏହି ଫିଲ୍ମରେ କାହାଣୀ, ଚିତ୍ରନାଟ୍ୟ, ରଚନା ଓ ପ୍ରଯୋଜନା ଦେଇଛନ୍ତି ସନ୍ତୋଷ ନାରାୟଣ ଦାସ।