ଓଡ଼ିଶାଲାଇଭ୍‌ ବ୍ୟୁରୋ

କଲେଜରେ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ପଦକ୍ଷେପ ନେଲେ ସରକାର। କଲେଜରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ଏଣିକି ହେବ ଏକ୍ସଟ୍ରା କ୍ଲାସ। ଉପସ୍ଥାପନା କମ୍‌ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକ୍ସଟ୍ରା କ୍ଲାସ କରାଯିବ। ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

ପୂର୍ବରୁ ମଧ୍ୟ ସ୍କୁଲମାନଙ୍କରେ ଏକ୍ସଟ୍ରା କ୍ଲାସ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ଛୁଟି ସମୟରେ ଶିକ୍ଷକମାନଙ୍କ ରୋଟେସନ ଡ୍ୟୁଟି ଥାଏ।  ସେହି ସମୟରେ ଡ୍ୟୁଟିକୁ ଆସୁଥିବା ଶିକ୍ଷକ ଏକ୍ସଟ୍ରା କ୍ଲାସ ନେବେ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ।

Comment