ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତରେ ଥରୁଛି ଓଡ଼ିଶା। ୧୦ ଡିଗ୍ରୀ ତଳେ ୧୧ଟି ସହରର ତାପମାତ୍ରା। ୨୪ ଘଣ୍ଟା ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରର ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ପୁରୀରେ ୬.୬, ଟିଟିଲାଗଡ଼ ୭.୧ ଡିଗ୍ରୀ, ଦାରିଙ୍ଗିବାଡ଼ି ୭.୫ ଡିଗ୍ରୀ, ଭବାନୀପାଟଣା ୮.୫, କୋରାପୁଟ ୯, କେନ୍ଦୁଝର ୯.୧ ଡିଗ୍ରୀ, ଝାରସୁଗୁଡ଼ା ୯.୪ ଡିଗ୍ରୀ, ସମ୍ବଲପୁର ୯.୬, ତାଳଚେର ୯.୭ ଡିଗ୍ରୀ ରେକର୍ଡ କରାଯାଇଛି।

ଶୀତ ଲହରିକୁ ନେଇ ୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଅନୁଗୁଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ ଓ ନୟାଗଡ଼କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here