ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତିଭିତ୍ତିକ ଜନଗଣନାକୁ କ୍ୟାବିନେଟ୍ ମଞ୍ଜୁର କରିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ତେଜିଛି। ସୋମବାର ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ବିଜେଡି ଉପରେ ଜୋରଦାର ବର୍ଷିଛି।

ରାଜ୍ୟ ସରକାର ଏତେ ଦିନ ସରକାରରେ ରହିଲା ପରେ ମଧ୍ୟ କାହିଁକି ପଛୁଆ ବର୍ଗର ଲୋକଙ୍କ କଥା ଚିନ୍ତା କରୁନଥିଲେ ବୋଲି ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଏଥିସହିତ ଏ ରାଜ୍ୟ ସରକାର କଦାପି ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଚିନ୍ତା କରୁନି ବୋଲି ସେ ସିଧାସିଧା ଗଣମାଧ୍ୟମ ଆଗରେ କହିଛନ୍ତି।

ତେଣୁ ପଛୁଆ ବର୍ଗଙ୍କୁ ଉନ୍ନତି ଓ ବିକାଶ ପାଇଁ ତୁରନ୍ତ ରାଜ୍ୟ ସରକାର ଓବିସି କମିସନରଙ୍କୁ ନିଯୁକ୍ତ କରନ୍ତୁ। ଅନ୍ୟ ରାଜ୍ୟମାନଙ୍କ ଭଳି ଶିକ୍ଷା ଓ ଚାକିରି କ୍ଷେତ୍ରରେ ଓବିସି ଓ ଏସଇବିସିମାନଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ବିଜେପି ଦାବି କରିଛି। ନଚେତ୍ ଏହାକୁ ଆଗାମୀ ଦିନରେ ଜୋରଦାର୍ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।

Comment