ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ରୂପରେ, ନୂଆ ଢଙ୍ଗରେ ପରଦାକୁ ଓହ୍ଲାଉଛନ୍ତି ଓଲିଉଡ ଅଭିନେତା ଶ୍ରୀତମ ଦାସ। ଖୁବଶୀଘ୍ର ତାଙ୍କ ଅଭିନୀତ ଏକ ନିଆରା ଫିଲ୍ମ ରିଲିଜ ହେବାକୁ ଯାଉଛି। ଯେଉଁଥରେ ସେ ଜଣେ କିନ୍ନର ଭୂମିକାରେ ପରଦାକୁ ଆସିବେ।

ମଥାରେ ନାଲି ଟିକିଲି, ଓଠରେ ଲିପଷ୍ଟିକ ଓ ଚୁଟିରେ ଖୋସା ବାନ୍ଧି ଦର୍ଶକଙ୍କ ମନୋରଞ୍ଜନ ଯୋଗାଇବେ। ରବୀନ୍ଦ୍ରନାଥ ପଣ୍ଡାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘କିଏ ହେବ ମୋ ହିରୋଇନ’ରେ ଶ୍ରୀତମଙ୍କୁ ଏହି ଅବତାରରେ ଦେଖିବାକୁ ମିଳିବ।  ଏହି ଫିଲ୍ମରେ ଆମ୍ମା କିନ୍ନର ଭୂମିକାରେ ଅଭିନୟ କରୁଛନ୍ତି। ପ୍ରାୟ ୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶ୍ରୀତମଙ୍କୁ ପ୍ରଥମ ଥର ପାଇଁ ଜଣେ କିନ୍ନର ଭୂମିକାରେ ଅଭିନୟର ସୁଯୋଗ ମିଳିଛି।

ତେବେ କିନ୍ନର ଭୂମିକାରେ ସେ ଦର୍ଶକଙ୍କୁ କେତେ ପସନ୍ଦ ଆସିବେ ତାହା ଚଳଚ୍ଚିତ୍ର ମୁକ୍ତିଲାଭ ପରେ ଜଣାପଡ଼ିବ।

Comment