ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ ଶେଷକୃତ୍ୟ ମଙ୍ଗଳବାର ସମ୍ପନ୍ନ ହୋଇଛି। ପୁରୀ ସ୍ୱର୍ଗଦ୍ୱାରରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି।

କଳାତ୍ମକ ସିନେମା ଦ୍ୱାରା ଓଡ଼ିଆ ଫିଲ୍ମକୁ ବିଶ୍ୱସ୍ତରରେ ପହଞ୍ଚାଇଥିଲେ ମନମୋହନ ମହାପାତ୍ର। ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୀର୍ଘଦିନ ହେବ ସେ ଏହି ହସ୍ପଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା।

ନିକଟରେ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ମନମୋହନ ମହାପାତ୍ରଙ୍କୁ  ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ମିଳିଥିଲା।

ଶ୍ରେଷ୍ଠ ଆଞ୍ଚଳିକ ସିନେମା ବର୍ଗରେ ସେ ଲଗାତର ୮ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ। ୧୯୭୬ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ଶୀତରାତି ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା।

ଏକାଧାରରେ ସେ ଜଣେ ନିର୍ଦ୍ଦେଶକ, ଲେଖକ, ଫିଲ୍ମ ନିର୍ମାତା ଥିଲେ।

Comment