ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଇକେଲ ଦେବବ୍ରତ ପାତ୍ର ହେଲେ ଆର୍‌ବିଆଇର ନୂଆ ଡେପୁଟି ଗଭର୍ଣ୍ଣର। କେନ୍ଦ୍ର ସରକାର ମଙ୍ଗଳବାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଏହି ପଦରେ ବିରଳ ଆଚାର୍ଯ୍ୟ ଥିଲେ। ଗତବର୍ଷ ଜୁଲାଇ ୨୩ରେ ବିରଳ ଆଚାର୍ଯ୍ୟ ଏହି ପଦରୁ ଇସ୍ତଫା ଦେଇଥିଲେ।

ଏବେ ତାଙ୍କ ସ୍ଥାନରେ ମାଇକେଲ ପାତ୍ର ଡେପୁଟି ଗଭର୍ଣ୍ଣର ପଦଭାର ସମ୍ଭାଳିବେ। ମାଇକେଲ ପାତ୍ର ଆର୍‌ବିଆଇର ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ ୩ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ।

ପୂର୍ବରୁ ମାଇକେଲ ପାତ୍ର ସେଣ୍ଟ୍ରାଲ ବ୍ୟାଙ୍କର ମନିଟାରୀ ପଲିସି ଡିଭିଜନ ପ୍ରଭାରୀ ଥିଲେ। ଏବେ ସେ ଆର୍‌ବିଆଇର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି। ପାତ୍ର ମୁମ୍ବାଇ ଆଇଆଇଟିରୁ ଅର୍ଥନୀତିରେ ପିଏଚ୍‌ଡି ହାସଲ କରିଛନ୍ତି।

Comment