ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ଭୟା ମାମଲାରେ ରାଜକ୍ଷମା ଆବେଦନ କଲା ଦୋଷୀ ମୁକେଶ। ଆଜି କ୍ୟୁରେଟିଭ ପିଟିସନ୍‌ ଖାରଜ ପରେ ରାଜକ୍ଷମା ଆବେଦନ କରାଯାଇଛି। ନିର୍ଭୟାର ସମସ୍ତ ୪ ଦୋଷୀ ଫାଶୀ ପାଇବାକୁ ଆଉ ୮ ଦିନ ବାକି ଥିଲା ବେଳେ ମୁକେଶ ରାଜକ୍ଷମା ଆବେଦନ କରିଛି।

ଫାଶୀରୁ ବଞ୍ଚିବାକୁ ଦୋଷୀ ବିନୟ ଓ ମୁକେଶ ଜାନୁଆରି ୯ ତାରିଖରେ କ୍ୟୁରେଟିଭ ପିଟିସନ୍‌ ଦାଖଲ କରିଥିଲେ। ଏହା ସେମାନଙ୍କ ପାଇଁ ଶେଷ ସୁଯୋଗ ଥିଲା। ହେଲେ ଏହାକୁ ସୁପ୍ରିମ୍‌କୋର୍ଟ ଆଜି ଖାରଜ କରିଛନ୍ତି।

ସେହିପରି ପୂର୍ବରୁ ମଧ୍ୟ ଦୋଷୀ ବିନୟ କୁମାର ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିଥିଲେ। ଏହାକୁ ମଧ୍ୟ ଖାରଜ କରାଯାଇଥିଲା। ବର୍ତ୍ତମାନ ମୁକେଶ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଛି।

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣା ଯାଇଥିଲା। ଜାନୁଆରି ୨୨ ତାରିଖରେ ଫାଶୀ ଦିଆଯିବ ବୋଲି ତାରଖ ମଧ୍ୟ ଘୋଷଣା ହୋଇସାରିଛି। ୨୨ ତାରିଖ ସକାଳ ୭ଟାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବ।

Comment