ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଦ୍ୱାରା ଦାଖଲ ହୋଇଥିବା କ୍ୟୁରେଟିଭ ପିଟିସନର ଶୁଣାଣି ଆଜି ହେବ। ଏହି ପିଟିସନର ଶୁଣାଣି କରିବେ ସୁପ୍ରିମକୋର୍ଟର ପାଞ୍ଚ ବରିଷ୍ଠ ବିଚାରପତି।
ଏହି ଖଣ୍ଡପୀଠରେ ଜଷ୍ଟିସ ଏନ୍ବି ରମନା, ଅରୁଣ ମିଶ୍ର, ଆରଏଫ ନରୀମନ, ଆର ଭାନୁମତୀ ଏବଂ ଅଶୋକ ଭୂଷଣ ସାମିଲ ଅଛନ୍ତି।
କ୍ୟୁରେଟିଭ ପିଟିସନ ଦୋଶୀଙ୍କ ପାଖରେ ଥିବା ଶେଷ ସୁଯୋଗ ଯାହା ଦ୍ୱାରା ସେ ନିଜ ପାଇଁ ନିର୍ଦ୍ଧାରିତ କରାଯାଇଥିବା ଦଣ୍ଡରେ କହୋଳତା ପାଇଁ ନିବେଦନ କରନ୍ତି।
ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ବିନୟ ଶର୍ମା ଏବଂ ମୁକେଶ ଗତ ୯ ତାରିଖରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲେ।
ଜାନୁଆରି ୨୨ ତାରିଖରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଏନେଇ ପୂର୍ବରୁ ଡେଥ୍ ୱାରେଣ୍ଟ୍ ଜାରି କରିଛନ୍ତି, ତେବେ ମୃତ୍ୟୁଦଣ୍ଡରୁ ବଞ୍ଚିବା ପାଇଁ ଏହା ଅଭିଯୁକ୍ତ ମାନଙ୍କ ଶେଷ ପ୍ରୟାସ ବୋଲି ଆଲୋଚନା ହେଉଛି।