ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେଦବୃଦ୍ଧି କେବଳ ଅଳସୁଆ କରେନାହିଁ ବରଂ ଶରୀରକୁ ରୋଗର ପେଣ୍ଠସ୍ଥଳୀ କରିଦିଏ। ଏହାର ଅତ୍ୟଧିକ ପ୍ରଭାବ ପଡ଼େ ମସ୍ତିଷ୍କ ଉପରେ। ସ୍ମରଣଶକ୍ତି ହ୍ରାସ କରିବାରେ ମେଦବୃଦ୍ଧି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

ମୋଟାପଣ ଯୋଗୁଁ ନା କେବଳ ମଣିଷ ଅଳସୁଆ ହୋଇଯାଏ, ତା’ନୁହେଁ ତା’ର ସ୍ମରଣଶକ୍ତି ମଧ୍ୟ ହ୍ରାସପାଏ। ଏକ ଗବେଷଣାରୁ ଏହା ଜଣାପଡ଼ିଛି।ଆଲ୍ଝେମିୟର୍ ରୋଗ ପାଇଁ ମୋଟାପଣ ସବୁଠୁ ବଡ଼ ବିପଦର କାରଣ। କେମ୍ବ୍ରିଜ୍ ୟୁନିଭର୍ସିଟିର ପ୍ରଫେସର୍ ଲୁସି ଚେକ୍‌ଙ୍କ ଅନୁସାରେ, ତାଙ୍କ ଦଳ ନିକଟରେ ‘ଟ୍ରେଜର୍ ହଣ୍ଟ୍’ ନାମକ ପ୍ରତିଯୋଗିତାର ଆୟୋଜନ କରିଥିଲେ।

ଏଥିରେ ପ୍ରତ୍ୟେକ ବୟସର ଲୋକଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କୁ କମ୍ପ୍ୟୁଟର ସ୍କ୍ରିନରେ ଭିନ୍ନ ଭିନ୍ନ ସ୍ଥାନରେ କିଛି ତଥ୍ୟ ଲୁଚାଇବାକୁ କୁହାଗଲା। ପରେ ଲୁକ୍କାୟିତ ତଥ୍ୟ ସହ ଜଡ଼ିତ କିଛି ପ୍ରଶ୍ନ ପଚରାଯାଇଥିଲା ସେମାନଙ୍କୁ।

ଯେଉଁ ପ୍ରତିଯୋଗୀଙ୍କ ବିଏମ୍ଆଇ(ବଡି ମାସ୍ ଇଣ୍ଡେକ୍ସ) ଅଧିକ ଥିଲା। ସେମାନଙ୍କ ସ୍ମରଣଶକ୍ତି ଦୁର୍ବଳ ଥିଲା। ବଡି ମାସ୍ ଇଣ୍ଡେସ୍କ ଅର୍ଥ ଉଚ୍ଚତା ଓ ବୟସ ତୁଳନାରେ ଶରୀର ଓଜନର ଅନୁପାତ।

ମେଦବୃଦ୍ଧି ହେଲେ ଉଚ୍ଚ ରକ୍ତଚାପ ଏବଂ ଇନସୁଲିନ ସମସ୍ୟା ବଢ଼ିଥାଏ। ଏହାଦ୍ୱାରା ଖାଦ୍ୟପେୟରେ ଅନିୟମିତତା ଦେଖା ଯାଇଥାଏ। ଫଳରେ ଧୀରେ ଧୀରେ ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ଇନସୁଲିନ୍ ଏକ ମହତ୍ତ୍ୱପୂର୍ଣ୍ଣ ନ୍ୟୁରୋଟ୍ରାନ୍ସମିଟର। ଏହାର ପ୍ରଭାବ ନୂତନ ବିଷୟ ଶିଖିବା ଏବଂ ମନେରଖିବାର କ୍ଷମତା ଉପରେ ବି ପଡ଼ିଥାଏ।

Comment