ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କିଛିଟା ଶୀତ କମିଛି। ଗତକାଲି ସୋନପୁରର ତାପମାତ୍ରା ୬.୦ ଡିଗ୍ରୀ ସେଲସିୟସ୍‌ ରହିଥିବା ବେଳେ ଆଜି ୭.୦ ଡିଗ୍ରୀ ରହିଛି ବୋଲି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି।

ସୋମବାର ଟିଟିଲାଗଡ଼ରେ ୭.୦, ଦାରିଙ୍ଗିବାଡ଼ିରେ ୭.୦ ଡିଗ୍ରୀ ଓ ଅନୁଗୁଳରେ ୭.୦ ଡିଗ୍ରୀ ତାପମାତ୍ରା ରହିଥିଲା। ବୁଧବାର ରାତିଠାରୁ ରାଜ୍ୟର ବିଭିନ୍ନ ସହରରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ଵଳ୍ପ କୁହୁଡ଼ି ହୋଇପାରେ।

ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁର ଓ ଫୁଲବାଣୀର ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଥିଲା।

Comment