ଓଡ଼ିଶାଲାଇଭ୍‌ ବ୍ୟୁରୋ

ରିଲିଜ ହେଲା ଆଲିୟା ଭଟ୍ଟଙ୍କ ଆଗାମୀ ଫିଲ୍ମ ଗଙ୍ଗୁବାଇ କାଠିଆଓ୍ୱାଡିର ଫାଷ୍ଟ୍‌ ଲୁକ୍‌। ଏଥିରେ ଆଲିୟାଙ୍କୁ ଚିହ୍ନିବା ଦର୍ଶକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ସବୁ ଫିଲ୍ମ ଅପେକ୍ଷା ଆଲିୟାଙ୍କୁ ଏଥିରେ ନିଆରା ଅବତାରରେ ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଆଲିୟାଙ୍କ ଏହି ଫଟୋକୁ ଖୁବ୍‌ ପସନ୍ଦ କରାଯାଇଛି। ଏହି ଫିଲ୍ମରେ ସଞ୍ଜୟ ଲୀଲା ଭଂସାଲି ନିର୍ଦ୍ଦେଶନା ଦେବେ। ସଞ୍ଜୟ ଲୀଳା ଭଂସାଲିଙ୍କ ସହ ଆଲିୟାଙ୍କର ଏହା ପ୍ରଥମ ଫିଲ୍ମ।

ଏଥିରେ ମାଫିଆ କୁଇନ୍‌ ଭୂମିକାରେ ନଜର ଆସିବେ ଆଲିୟା। ଏହି ଫିଲ୍ମରେ ଆଲିୟାଙ୍କ ସହିତ ଅଭିନେତା ଅଜୟ ଦେବଗନ ମୁଖ୍ୟ ଚରିତ୍ରରେ ଆସିବେ। ଆଲିୟାଙ୍କୁ ଫିଲ୍ମରେ ଜଣେ ମାଫିଆ କୁଇନ ଚରିତ୍ରରେ ଦେଖିବାକୁ ମିଳିବ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment