ଓଡ଼ିଶାଲାଇଭ୍‌ ବ୍ୟୁରୋ

କୁହୁଡ଼ି ହେଲା କାଳ। କଟକ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନ୍‌ ନିକଟରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ। କୁହୁଡ଼ି ଯୋଗୁଁ ଏକ ମାଲଗାଡ଼ି ସହ ଧକ୍କା ହେବାପରେ ୧୧ ଟି ବଗି ଲାଇନଚ୍ୟୁତ ହୋଇଛି।

ଏହି ଘଟଣାରେ ୪୦ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଗୁରୁତର ୫ ଜଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। କୁହୁଡ଼ି ଯୋଗୁଁ ଏକ ମାଲବାହୀ ଟ୍ରେନ୍‌କୁ ପଛ ପଟୁ ଏହି ଟ୍ରେନ୍‌ ଧକ୍କା ଦେଇ ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି। ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଥିବା ଜଣାପଡ଼ିଛି।

ଏହି ଟ୍ରେନ୍‌ରେ ପାଖାପାଖି ୪୦୦ରୁ ଅଧିକ ଯାତ୍ରୀ ଫସି ରହିଥିବା ବେଳେ ସେମାନଙ୍କ ସହିତ ଯୋଗାଯୋଗ ନିମନ୍ତେ ରେଲୱେ ପକ୍ଷରୁ ହେଲପ୍‌ଲାଇନ୍‌ ୧୦୭୨ ଜାରି ହୋଇଛି। ସେମାନଙ୍କୁ କଟକ, ଭୁବନେଶ୍ୱରକୁ ପଠାଯିବା ନିମନ୍ତେ ବସ୍‌ ବ୍ୟବସ୍ଥା କରାଯାଉଥିବା ଇଷ୍ଟକୋଷ୍ଟ ରେଲୱେର ଚିଫ୍‌ ପିଆର୍‌ଓ ଜ୍ୟୋତିପ୍ରକାଶ ମିଶ୍ର କହିଛନ୍ତି।

Comment