ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭ୍ରାମ୍ୟମାଣ ଯାନ ‘ପଶ୍ୟନ୍ତୁ’ରେ ଚକ୍ଷୁ ସେବା ଯୋଗାଇବ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ।

ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ (ଏଲ୍‌ଭିପିଇଆଇ) ଓ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ସହଯୋଗରେ ଭ୍ରାମ୍ୟମାଣ ଚକ୍ଷୁ ରୋଗ ନିରୂପଣ ଭ୍ୟାନ୍ ‘ପଶ୍ୟନ୍ତୁ’ର ଶୁଭାରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଉଛି ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକଙ୍କ ନିକଟରେ ଚକ୍ଷୁ ଯତ୍ନ ସୁବିଧା ପ୍ରଦାନ କରିବା। ଏହି ଭ୍ୟାନ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

ଏହି ଭ୍ୟାନ୍‌ ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର, ରାଜରାଙ୍ଗପୁର, ରାୟଗଡ଼ା ଓ ବ୍ରହ୍ମପୁରକୁ ମାସକୁ ଦୁଇଥର ଲେଖାଏଁ ଯାଇ ଚକ୍ଷୁ ଯତ୍ନ ସମ୍ପର୍କରେ ସଚେତନ କରାଇବ।

‘ପଶ୍ୟନ୍ତୁ’ର ଉଦ୍ଦେଶ୍ୟ ହେଉଛି ଚକ୍ଷୁ ସମ୍ବନ୍ଧୀୟ ଲୋକମାନଙ୍କ ନିକଟରେ ପହଞ୍ଚାଇବା। ‘ପଶ୍ୟନ୍ତୁ’ ହେଉଛି ଏକ ଭ୍ରାମ୍ୟମାଣ ଭ୍ୟାନ୍ ଯେଉଁଥିରେ ରହିଛି ଅତ୍ୟାଧୁନିକ ଉପକରଣ ଯାହାକି ଏଲ୍‌ଭିପିଇଆଇର ସମସ୍ତ ଜିଲ୍ଲାଭିତ୍ତିକ ସେକେଣ୍ଡାରି ଚକ୍ଷୁ ଯତ୍ନ କେନ୍ଦ୍ରକୁ ପ୍ରତି ମାସରେ ବିଶେଷଜ୍ଞଙ୍କ ସହିତ ପରିଦର୍ଶନ କରିବ। ‘ପଶ୍ୟନ୍ତୁ’ ମାଧ୍ୟମରେ ସମସ୍ତ କେନ୍ଦ୍ର ଦେଇ ୪୮,୦୦୦ ହସ୍ପିଟାଲ ପରିଦର୍ଶନ ମାଧ୍ୟମରେ ୧୨,୦୦୦ରୁ ଅଧିକ ଲୋକ ଉପକୃତ ହୋଇପାରିବେ। ଅନୁଷ୍ଠାନର ନୀତି ଅନୁସାରେ ସମସ୍ତ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରାଯିବ।

ଏହି ଅବସରରେ କହିଥିଲେ, “ଓଏମ୍‌ସି ଓ ଏଲ୍ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଦ୍ୱାରା ଏହା ଏକ ଉତ୍ତମ ପଦକ୍ଷେପ। ଏହାଦ୍ୱାରା ଓଡ଼ିଶାର ଲୋକମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ।”

Comment