ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର କୁନ୍ଦୁରା ଲ୍ୟାମ୍ପ ପରିସରରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ ହୋଇଛି। ଲ୍ୟାମ୍ପ ଶାଖା ପରିଚାଳକ ସନ୍ତୋଷକୁମାର ସାହୁଙ୍କ ତତ୍ତ୍ୱାବଧାନରେ ମଣ୍ଡିର ଉଦଘାଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପରଜା ଜେଡିପି ଲକ୍ଷ୍ମୀ ମିନରବାରିଆ, ସ୍ୱାମୀନାଥ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ କେ. କ୍ରିଷ୍ଟା କୁମାର ନାବଲଡି, ବୈଜ୍ଞାନିକ ପ୍ରଶାନ୍ତ କୁମାର ପରିଡ଼ା ଓ ଚାଷୀମାନେ ଉପସ୍ଥିତ ରହିଥିଲେ।

କୁନ୍ଦୁରା ବ୍ଲକର ୧୧୧୭ ଜଣ ଚାଷୀ ଚଳିତ ବର୍ଷ ୪୩୪ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଥିଲେ। ଏହି ମଣ୍ଡି ମାଧ୍ୟମରେ ୧୮ ଶହ କ୍ୱିଣ୍ଟାଲରୁ ଅଧିକ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରଖାଯାଇଛି।

ଟିଡିସିସି ମାଧ୍ୟମରେ ଜିଲ୍ଲାର ପ୍ରତ୍ୟେକ ଲ୍ୟାମ୍ପରୁ ଚାଷୀଙ୍କଠାରୁ କିଲୋ ପିଛା ୩୧ ଟଙ୍କା ୫୦ ପଇସା ଦରରେ କିଣାଯିବାକୁ ଧାର୍ଯ୍ୟ କରାଯାଇଛି। ମଣ୍ଡି ଉଦଘାଟନର  ପ୍ରଥମ ଦିନରେ ୮୦ କ୍ୱିଣ୍ଟାଲ ମାଣ୍ଡିଆ ୧୭ ଜଣ ଚାଷୀଙ୍କ ପାଖରୁ କିଣାଯାଇଛି। ମାଣ୍ଡିଆ କ୍ରୟ ହେବାର ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଟଙ୍କା ପ୍ରଦାନ କରାଯାଇଛି।

Comment