ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଖିଲାଡି କୁମାର ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନାଙ୍କ ବିବାହକୁ ଆଜି ୧୯ ବର୍ଷ ପୂରା ହୋଇଛି। ଅକ୍ଷୟ ଓ ଟ୍ୱିଙ୍କଲ ୨୦୦୧, ଜାନୁଆରି ୧୭ରେ ବିବାହ କରିଥିଲେ। ଆଜି ତାଙ୍କ ବିବାହ ବାର୍ଷିକି ଅବସରରେ ଆସନ୍ତୁ ଜାଣିବା ତାଙ୍କ ଲଭ୍‌ଷ୍ଟୋରି…

ଅକ୍ଷୟ, ଟ୍ୱିଙ୍କଲ କିଛିଟା ଫିଲ୍ମରେ ସାଙ୍ଗରେ କାମ କରିଥିଲେ। ଫିଲ୍ମ ‘ଇଣ୍ଟରନାସନାଲ ଖିଲାଡି’ର ସୁଟିଂ ସମୟରେ ଉଭୟଙ୍କୁ ପ୍ରେମ ହୋଇଥିଲା। ଏକ ସାକ୍ଷାତକାରରେ ଟ୍ୱିଙ୍କଲ ଖାନା କହିଥିଲେ ଯେ, ସେ ଅକ୍ଷୟଙ୍କୁ ମାତ୍ର ୧୫ ଦିନ ପାଇଁ ବୟଫ୍ରେଣ୍ଡ କରିଥିଲେ। ସେହି ୧୫ ଦିନରେ ପରସ୍ପର ସହ ସମୟ ବିତାଇଥିଲେ। ତା’ ପରେ ସେ ଅକ୍ଷୟଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଟ୍ୱିଙ୍କଲ।

ଏହାପରେ ଅକ୍ଷୟ ଟ୍ୱିଙ୍କଲଙ୍କ ହାତ ମାଗିବାକୁ ଟ୍ୱିଙ୍କଲଙ୍କ ମା’ ଡିମ୍ପଲ କାପାଡିଆଙ୍କ ପାଖରେ ପହଞ୍ଚିଥିଲେ। ଗୋଟିଏ ବର୍ଷ ଟ୍ୱିଙ୍କଲଙ୍କ ସହ ସଂପର୍କରେ ରହିବା ପରେ ତା’ ପରେ ଯାଇ ବିବାହ ହେବ ବୋଲି ଅକ୍ଷୟଙ୍କୁ ଟ୍ୱିଙ୍କଲ ମା’ କହିଥିଲେ।  ଗୋଟିଏ ବର୍ଷ ପରେ ଅକ୍ଷୟ ଓ ଟ୍ୱିଙ୍କଲଙ୍କ ବିବାହ ହୋଇଥିଲା। ବିବାହ ପରେ ଟ୍ୱିଙ୍କଲ ଫିଲ୍ମ କ୍ୟାରିୟରକୁ ବାଏ ବାଏ କରିଥିଲେ। ଟ୍ୱିଙ୍କଲଙ୍କ ପୂର୍ବରୁ ଅକ୍ଷୟଙ୍କ ନାଁ ବଲିଉଡର ଅଭିନେତ୍ରୀ ରବିନା ଟଣ୍ଡନଙ୍କ ସହ ଯୋଡ଼ି ହୋଇଥିଲା।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/EtOfChgnkW29Y1l4hxTuDp

Comment