ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖୁବଶୀଘ୍ର ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ତମେ ମୋ ଶଙ୍ଖା ତମେ ମୋ ସିନ୍ଦୂର’। ଏହି ଫିଲ୍ମରେ ଦୁଇ ନାୟିକାଙ୍କ ସହ ନଜର ଆସିବେ ଅଭିନେତା ଅଭିଷେକ ରଥ। ଜାନୁଆରି ୧୫ ତାରିଖରେ ଫିଲ୍ମର ଗୀତ ରିଲିଜ ହୋଇଛି। ଭୁବନେଶ୍ୱରସ୍ଥିତ ରେଲଓ୍ୱେ ଅଡିଟୋରିୟମରେ ଏହି ଫିଲ୍ମର ଗୀତ ରିଲିଜ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଫିଲ୍ମର ନାୟକ ଅଭିଷେକ ଓ ଦୁଇ ନାୟିକା ଅଙ୍କିତା ଓ ମହିମା ଉପସ୍ଥିତ ଥିଲେ। ଏମାନଙ୍କ ସହ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର, କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ସ୍ୱୟମ ପାଢୀ,  ଇରା ମହାନ୍ତି ମଧ୍ୟ ଥିଲେ।

ଏହି ଫିଲ୍ମରେ ଦର୍ଶକ ୬ଟି ଗୀତ ଦେଖିବାକୁ ପାଇବେ। ଫିଲ୍ମଟି ବନସ୍ୱର୍ଣ୍ଣ ଟେଲିଭିଜନ ପ୍ରାଇଭେଟ ଲିମିଟେଡ ବ୍ୟାନରରେ ନିର୍ମାଣ ହୋଇଛି। ଫିଲ୍ମର ପ୍ରଯୋଜନା କରିଛନ୍ତି ବଦ୍ରିନାଥ ପଟ୍ଟନାୟକ। ଏଥିରେ ସଂଳାପ ସରୋଜ ସାମଲ ଲେଖୁଥିଲା ବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରଞ୍ଜିତ ବାରିକ।

Comment