ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ ): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ହଜ ଅଞ୍ଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ  ହଜ ଓ କଲରାଝରକୁ ୨୦ରୁ ୨୫ ହାତୀ ପଶି ଆସିଥିଲେ।

ହାତୀ ଧାନ ବସ୍ତା, କଳେଇ, ରବି ଫସଲ ନଷ୍ଟ କରିବା ସହ ଗାଁ ଲୋକଙ୍କୁ ଆକ୍ରମଣ କରିଥିଲେ। ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୃତ ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହଜ ଗ୍ରାମର ବଂଶୀଧର ଛୁଆଳସିଂହ ଓ ଅନ୍ୟ ଜଣେ କଲରାଝର ଗ୍ରାମର ସନେଇ ପ୍ରଧାନ। ଅନ୍ୟପକ୍ଷରେ ଗ୍ରାମବାସୀମାନେ ରଣପୁର ଜଙ୍କିଆ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସରକାର ଯଥାଶୀଘ୍ର ଏହି ହାତୀ ଉପଦ୍ରବର ସମାଧାନ କରନ୍ତୁ ବୋଲି ଦାବି ହୋଇଛି।

Comment