ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ ଏସ୍‌ସି ଏସ୍‌ଟିଙ୍କ ପାଇଁ ନିଯୁକ୍ତି ସୁଯୋଗ। ଫେବ୍ରୁଆରି ୯ରୁ ୧୫ ମଧ୍ୟରେ କରିପାରିବେ ଆବେଦନ।

ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଏସ୍‌ସି, ଏସ୍‌ଟି ପୁରୁଷମାନେ ହିଁ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା

  • ଯେକୌଣସି ବିଭାଗରେ ୫୫% ସହ ସ୍ନାତକ ଡିଗ୍ରୀ ହାସଲ କରିଥିବେ।
  • ଦ୍ଵାଦଶ ଶ୍ରେଣୀ ଯାଏଁ ଗଣିତ ଏବଂ ପଦାର୍ଥ ବିଜ୍ଞାନ ବିଷୟ ପଢ଼ିଥିବା ସହ ଏହି ଦୁଇଟି ବିଷୟରେ ସମୁଦାୟ ୫୫% ମାର୍କ ରଖିଥିବା ଆବଶ୍ୟକ।

ବୟସ ସୀମା – ୧୯୯୦ ଜୁଲାଇ ୧ରୁ ୧୯୯୯ ଜୁନ୍‌ ୩୦ ମଧ୍ୟରେ ଜନ୍ମଗ୍ରହଣ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଆବେଦନ ସମୟସୀମା – ୨୦୨୦ ଫେବ୍ରୁଆରି ୯ରୁ ୧୫ ତାରିଖ ମଧ୍ୟରେ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା

ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଜରିଆରେ କରିପାରିବେ। ଆବେଦନପତ୍ର ପୂରଣ କରିବା ସହ ଆବଶ୍ୟକୀୟ ସମସ୍ତ କାଗଜପତ୍ର ଏବଂ ପ୍ରମାଣପତ୍ରକୁ ଦାଖଲ କରିବାକୁ ହେବ।

ଏହି ନିଯୁକ୍ତି ସମ୍ବନ୍ଧିତ ଯେକୌଣସି ସୂଚନା ପାଇଁ www.joinindiancoastguard.gov.in ଓ୍ଵେବ୍‌ସାଇଟ୍‌କୁ ଯାଇ ସମସ୍ତ ତଥ୍ୟ ପାଇପାରିବେ।

Comment